Advertisment

ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ’ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ। ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ […]

ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍

baripada

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ'ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ।

Advertisment

ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ ଡକା ଯାଇଥିଲା। ନାଚ ଗୀତ କରିବା ପାଇଁ ମହିଳା ଓ ପୁରୁଷ ସଜବାଜ ହୋଇ ଆସିଥିଲେ। ହେଲେ ଆୟୋଜକ ସେମାନଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ। ଲୋକେ ନିଜ ନିଜର ପିଲାଛୁଆଙ୍କୁ ଧରି ସକାଳୁ ଆସିଥିଲେ। ହେଲେ ସେମାନଙ୍କୁ ଖାଇବାକୁ ମିଳିଲା ନାହିଁ। ଯେଉଁକାରଣରୁ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଏପରିକି ସେମାନେ ସ୍ଥାନୀୟ ନେତାଙ୍କୁ ଗାଳିଗୁଲଜ କରିଥିଏ। ଏହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ସମୟ ଏହି ପରି ହୋହଲ୍ଲା ପରେ ଲୋକେ ନିଜ ନିଜର ଘରକୁ ଫେରି ଯାଇଥିଲେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳୀୟ ପ୍ରଚାର ପାଇଁ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ କିଭଳି ପ୍ରଚାର ଟଙ୍କା ବାଟ ମାରଣା ହେଉଛି ତାର ଏହା ଏକ ନଗ୍ନ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଖୋଦ୍ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି। ଏଭଳି ସ୍ଥିତିରେ ଏଠାରେ ଏବେ ନେତା ମାଳମାଳ ହେଲେ ପ୍ରଚାର ଦୁର୍ବଳ ବୋଲି ଆଲୋଚନା ହେଉଛି। ଏପରି ଅବ୍ୟବସ୍ଥା ଓ ପ୍ରଚାର ମଙ୍ଗୁଆଳ ନେତାଙ୍କୁ ବଦନାମ୍ କରିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe