Advertisment

ସଦ ଭାର ନେଇ ଯିବାବେଳେ ଓଲଟିଲା ଗାଡ଼ି; ଜଣେ ମୃତ,୧୫ ଆହତ

ଆଜି ସକାଳେ ଏକ ମିନି ଟ୍ରକ୍‌ରେ ୨୦ରୁ ଅଧିକ ଲୋକେ ସଦ ଭାର ନେଇ ଝିଅ ଘରକୁ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଝିଅ ଘରକୁ ସଦ ଭାର ନେଇ ହସଖୁସିରେ ଘରୁ ବାହାରି ଯାଇଥିଲେ ପରିବାର ଲୋକେ। ହେଲେ ବାଟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥର କୁରକୁଟିଆ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବୃଦ୍ଧା ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଏକ ମିନି ଟ୍ରକ୍‌ରେ ବଣକାଟି ଗାଁର ୨୦ରୁ ଅଧିକ ଲୋକେ ସଦ ଭାର ନେଇ ଝିଅ ଘରକୁ ଯାଉଥିଲେ। କୁରକୁଟିଆ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ  ଆହତମାନଙ୍କୁ ଉଦ୍ଧାର କରି ଯଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Road Accident Mayurbhanj