/odisha-reporter/media/post_attachments/uploadimage/library/16_9/16_9_0/Accident_1687244751.jpg)
Accident
ରଥଟଣା ଦେଖିବା ପାଇଁ ବାପାପୁଅ ସକାଳୁ ହସଖୁସି ବାଇକରେ ବାହାରି ପଡ଼ିଥିଲେ। ହେଲେ ସେମାନଙ୍କ ରଥା ଟାଣିବା ଦେଖିବାର ଇଚ୍ଛା ଅଧାରେ ରହିଗଲା। ବାଟରେ ଯାଉଥିବା ବେଳେ ଦ୍ରୁତଗତିରେ ଏକ ବସ୍ ଆସି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସାନକେରକ ଛକଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପଦ୍ମଲୋଚନ ଗୋଛାୟତ। ଆହତ ପୁଅକୁ ବାରିପଦା ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ବେଲାମ ଅଞ୍ଚଳରେ ବୋଲି ଜଣାଯାଇଛି।
ଆଜି ସକାଳେ ପଦ୍ମଲୋଚନ ଓ ତାଙ୍କ ପୁଅ ରଥ ଟଣା ଦେଖିବା ପାଇଁ ଘରଠାରୁ କିଛି ଦୂରରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଉଥିଲେ। ସାନକେରକ ଛକଠାରେ ଦୁଲାରୀ ନାମକ ଏକ ଯାତୟୀବାହୀ ବସ୍ ଆସି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ବସ୍ ଧକ୍କାରେ ପଦ୍ମଲୋଚନଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକେ ପିଛା କରି ବସ୍ଟିକୁ ବାରିପଦା ପୋଡା ଅସ୍ତିଆଠାରେ ଧରିଥିଲେ। ସେଠାରେ ବସ୍ଟିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଏହାସହ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
