Advertisment

ଟ୍ରକ୍‌କୁ ପଛରୁ ପିଟିଲା କଣ୍ଟେନର; ଡ୍ରାଇଭର ମୃତ,ହେଲପର ଗୁରୁତର

ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭର ଓ ହେଲପର ଗାଡ଼ି କ୍ୟାବିନ ଭିତରେ ଚାପି ହୋଇ ରହିଯାଇଥିଲେ।

Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଆଗ୍ରିଆ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆହୋଇଥିବା ଟ୍ରକ୍‌କୁ କଣ୍ଟେନରଟି ଧକ୍କା ଦେବାଫଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। କଣ୍ଟେନର ଡ୍ରାଇଭର ଓ ଡେଲପରଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ କଣ୍ଟେନରଟି ବାରିପଦାରୁ ବାଲେଶ୍ୱର ମୁଖେ ଯାଉଥିଲା। ଏହି ସମୟରେ ଆଗ୍ରିଆ ଛକ ନିକଟରେ ଟ୍ରକ୍‌ଟି ଖରାପ ହୋଇ ରାସ୍ତାକଡ଼ରେ ଠିଆ ହୋଇଥିଲା। କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭର ଓ ହେଲପର ଗାଡ଼ି କ୍ୟାବିନ ଭିତରେ ଚାପି ହୋଇ ରହିଯାଇଥିଲେ। ପୁଲିସ ପହଞ୍ଚି କଟର ସାହାଯ୍ୟରେ କାଟି  ଡ୍ରାଇଭର ଓ ହେଲପରଙ୍କୁ ବାହାର କରିଥିଲା। ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ ଟ୍ରକ୍ ଓ କଣ୍ଟେନରଙ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। କଣ୍ଟେନରଟି ଛତିଶଗଡ଼ର ବୋଲି ଜଣାପଡ଼ିଛି।

Odisha Police Road Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe