/odisha-reporter/media/post_attachments/uploadimage/library/16_9/16_9_0/Accident_1674751384.jpg)
Accident
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ-ହାତୀବାରୀ ରାସ୍ତାର ନାକୁଡ଼ା ଜଙ୍ଗଲ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।
Advertisment
ଏକ ସ୍କର୍ପିଓ ତିନିଟି ବାଇକକୁ ଧକ୍କା ଦେଇଥିଲା। ସେଥିରୁ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣ ଅସ୍ଥାୟୀ ବନ କର୍ମଚାରୀ ଥିଲେ। ତାଙ୍କ ନାଁ ବିଶ୍ୱଜିତ ମହାନ୍ତି।
ସେହିପରି ଆଉ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Advertisment
ସ୍କର୍ପିଓଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ତିନିଟି ବାଇକକୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ସ୍କର୍ପିଓଟିକୁ ଭଙ୍ଗାରୁଜା କରିଥିଲେ। କରଞ୍ଜିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
