Advertisment

ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ଗୁରୁବା ସିଂଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Medical

Medical

Advertisment

ରଖେ ହରେ ମାରି କିଏ। ଏହି କଥାର ତାଜା ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ଜଣେ ଛାତ୍ରୀଙ୍କ ଉପରେ ମାଡ଼ିଯିବାପରେ ଅଳ୍ପକେ ବର୍ତ୍ତି ଯାଇଛି ଝିଅଟି। ହେଲେ ଦୁର୍ଘଟଣାରେ ସାଇକେଲଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଗତକାଲି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ ରାସ୍ତାର ଉଲଡିହ ଛକ ନିକଟରେ ଘଟିଥିଲା। ଆହତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ପଦ୍ମପୁରରେ।

Advertisment

ଗତକାଲି ସକାଳେ ଛାତ୍ରୀ ଜଣଙ୍କ କୋଚିଂ ସାରି ଏକ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ସାଇକେଲରେ ଯାଉଥିବା ଛାତ୍ରୀକୁ ଧକ୍କା ଦେବା ସହ ସାଇକେଲ ଉପରେ ଚଢ଼ିଯାଇଥିଲା। ଟ୍ରାକ୍ଟର ଧକ୍କା ଦେବା ଫଳରେ ଛାତ୍ରୀ ଜଣଙ୍କ ରାସ୍ତାପାର୍ଶ୍ୱକୁ ଛିଟିକି ପଡିଥିଲେ। ଟ୍ରାକ୍ଟରଟି ଛାତ୍ରୀଙ୍କୁ ଧକ୍କା ଦେଇ ଡ୍ରେନ ଭିତରକୁ ପଶିଯାଇଥିଲା। ଆହତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ଗୁରୁବା ସିଂଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe