Advertisment

ପୁଣି ଏକ ଦନ୍ତା ମଲା, ଦୁଇଦିନରେ ୪ ଜୀବନ ଗଲା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରୁ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
elephant died

elephant died

ପୁଣି ଏକ ଦାନ୍ତା ହାତୀର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ଅଧୀନ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରୁ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଛି।

Advertisment

ଏନେଇ ଖବର ପାଇ ବାରିପଦା ଡିଏଫଓ ସନ୍ତୋଷ ଯୋଶୀ ଓ କପ୍ତିପଦା ରେଞ୍ଜ ଅଧିକାରୀଙ୍କ ସମେତ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। 

ଉକ୍ତ ହାତୀର ବୟସ ୧୦ରୁ ୧୫ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିଏଫଓ ସନ୍ତୋଷ ଯୋଶୀ ପ୍ରକାଶ କରିଛନ୍ତି।

Advertisment

ସୂଚନା ଯୋଗ୍ୟ ଯେ, ଆଜି ବାଲେଶ୍ୱର ନୀଳଗିରି କୁଳଡିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଯେତେବେଳେ କି ଗତକାଲି ବାରହା ଫାଶରେ ପଡ଼ି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅନ୍ତର୍ଗତ ମହଦା ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା। ଦୁଇଦିନ ଭିତରେ ପ୍ରାୟ ୪ ହାତୀଙ୍କ ଜୀବନ ଯାଇଥିବାରୁ ଏହା ଉଦ୍‌ବେଗର ବିଷୟ ହୋଇଛି।

ରିପୋର୍ଟ- ଉଦଳାରୁ ମାନସ ପାଣି

Elephant Death