Advertisment

ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହିଲେ

ବାରିପଦା (ମାନିକ୍ ଲାଲ୍ ପାଣି): ନିଜ ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ। ଆଉ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେଠାରୁ ଘରକୁ ମଧ୍ୟ ଟ୍ରଲି ଯୋଗେ ନେଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ଭିଡିଓ ରେ ପ୍ରମାଣ କରୁଛି। ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ […]

author-image
Ranjit Kumar Jena
ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହିଲେ

trolly

ବାରିପଦା (ମାନିକ୍ ଲାଲ୍ ପାଣି): ନିଜ ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ଟାଣି ଟାଣି ଡାକ୍ତରଖାନା ନେଲେ। ଆଉ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେଠାରୁ ଘରକୁ ମଧ୍ୟ ଟ୍ରଲି ଯୋଗେ ନେଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି। ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ଏହାର କିଭଳି ଉପକୃତ ହେଉଛନ୍ତି ଲୋକେ ତାହାର ନଗ୍ନ ଚିତ୍ର ଏହି ଭିଡିଓ ରେ ପ୍ରମାଣ କରୁଛି।

Advertisment

ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଭଣ୍ଡାରିଶୋଳ ଗାଁର। ଆଉ ଟ୍ରଲି ଟାଣୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ଵନାଥ ହାଁସଦା। ବିଶ୍ଵନାଥଙ୍କ ସ୍ତ୍ରୀ ଆଜି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବାବେଳେ ବେଳେ ଏକ ପାଣି ଭର୍ତ୍ତି ଖାଲରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିପାରି ମହିଳାଙ୍କୁ ଉଦ୍ଧାର କରିଥିଲେ। ହେଲେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ବିଶ୍ଵନାଥ ଏକ ଟ୍ରଲିରେ ତାଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ଏକ ବେସରକାରୀ ଡାକ୍ତରଖାନାକୁ ଆଣିଥିଲେ।

ସେଠାରେ ତାଙ୍କୁ ଚିକିତ୍ସା କରାଇ ପୁଣି ସେହି ଟ୍ରଲିରେ ତାଙ୍କୁ ତାଙ୍କ ଘରକୁ ନେଇ ଆସିଥିଲେ। ବିଶ୍ଵନାଥଙ୍କ ଦୁଇ ପୁଅ ଅଛନ୍ତି। ହେଲେ ବାପାଙ୍କୁ ସହାୟତା କରିବାକୁ ଆସି ନ ଥିଲେ। ପ୍ରବଳ ବର୍ଷା ଯୋଗୁଁ ଏକ ପଲିଥିନରେ ନିଜ ଅସୁସ୍ଥ ପତ୍ନୀଙ୍କୁ ଘୋଡ଼ାଇ ଦେଇ ଅସହାୟ ହୋଇ ଟ୍ରଲିରେ ଟାଣି ଟାଣି ନେଇଥିଲେ।

Advertisment