ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। […]

elephant

elephant

Ranjit Kumar Jena
  • Published: Friday, 17 September 2021
  • Updated: 17 September 2021, 06:10 PM IST

Sports

Latest News

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। ହେଲେ ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯିବା ବେଳେ ହାତୀଟି ବାଟ ବଣା ହୋଇ ସହର ଭିତରକୁ ପଳାଇ ଆସିଥିଲା। ହାତୀଟି ସହରର କୃଷ୍ଣଚନ୍ଦ୍ର ଗୋଲେଇ, ମଧୁବନ ସାହି, ମଧୁବନ ଉପର ଓ ତଳ ସାହି, ଗ୍ୟାରେଜ ପଡିଆ, ଡାହାଣୀ ଗଡିଆରେ ବାଟ ବଣା ହୋଇ ରାତି ତମାମ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।

ପ୍ରଥମ ଥର ପାଇଁ ହାତୀ ସହରରେ ଗଳି ଗଳିରେ ବୁଲୁଥିବା ବେଳେ ଗୋଟିଏ ପଟେ ଲୋକେ ହାତୀ ପଛେ ପଛେ ଧାଦୌଡ଼ କରୁଥିବା ସହ ଅନେକ ଲୋକ ଭୟଭୀତ ମଧ୍ୟ ହୋଇ ପଡ଼ିଥିଲେ। ମଧୁବନ ତଳ ସାହି ଏବଂ ଅସ୍ତିଆ ପାଲ ଉପରେ ଆଶ୍ରୟ ନେଇଥିବା ଲୋକଙ୍କ ରାତି ତମାମ ନିଦ ହଜିଯାଇଥିଲା।

ହାତୀ ଭୟରେ ଲୋକେ ଟାୟାର ଜାଳି ରାସ୍ତା ଉପରେ ବସି ରହିଥିଲେ। ହାତୀଟି ବାଟ ବଣା ହୋଇ ଅନେକ ଲୋକଙ୍କ ପାଚେରୀ ଏବଂ ଗୋଟିଏ ଦୁଇଟି କଚା ଘର ମଧ୍ୟ ଭାଙ୍ଗିଦେଇଛି। ହାତୀ ଘଉଡାଇବାକୁ ବନ ବିଭାଗ ନାକେଦମ୍ ହୋଇ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos