Advertisment

ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସହରରେ ପଶିଲା ହାତୀ, ରାତିସାରା ଲୋକେ ଅନିଦ୍ରା

elephant

ବାରିପଦା (ମାନିକ୍ ଲାଲ୍ ପାଣି): ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ହାତୀ ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଛି। ଏକ ଦନ୍ତା ହାତୀ ଗତକାଲି ମଞ୍ଚାବନ୍ଧା ଜଙ୍ଗଲ ଆଡୁ ସୁନାମୁହିଁ ଆଡ଼କୁ ପଶି ଆସିଥିଲା। ବାରିପଦାର ୨୧ ନଂ ୱାର୍ଡର ସୁନାମୁହିଁର ଏକ ସାହି ଭିତରେ ହାତୀ ବୁଲୁଥିବା ଦେଖି ଲୋକେ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। ହେଲେ ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

Advertisment

ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯିବା ବେଳେ ହାତୀଟି ବାଟ ବଣା ହୋଇ ସହର ଭିତରକୁ ପଳାଇ ଆସିଥିଲା। ହାତୀଟି ସହରର କୃଷ୍ଣଚନ୍ଦ୍ର ଗୋଲେଇ, ମଧୁବନ ସାହି, ମଧୁବନ ଉପର ଓ ତଳ ସାହି, ଗ୍ୟାରେଜ ପଡିଆ, ଡାହାଣୀ ଗଡିଆରେ ବାଟ ବଣା ହୋଇ ରାତି ତମାମ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।

ପ୍ରଥମ ଥର ପାଇଁ ହାତୀ ସହରରେ ଗଳି ଗଳିରେ ବୁଲୁଥିବା ବେଳେ ଗୋଟିଏ ପଟେ ଲୋକେ ହାତୀ ପଛେ ପଛେ ଧାଦୌଡ଼ କରୁଥିବା ସହ ଅନେକ ଲୋକ ଭୟଭୀତ ମଧ୍ୟ ହୋଇ ପଡ଼ିଥିଲେ। ମଧୁବନ ତଳ ସାହି ଏବଂ ଅସ୍ତିଆ ପାଲ ଉପରେ ଆଶ୍ରୟ ନେଇଥିବା ଲୋକଙ୍କ ରାତି ତମାମ ନିଦ ହଜିଯାଇଥିଲା।

Advertisment

ହାତୀ ଭୟରେ ଲୋକେ ଟାୟାର ଜାଳି ରାସ୍ତା ଉପରେ ବସି ରହିଥିଲେ। ହାତୀଟି ବାଟ ବଣା ହୋଇ ଅନେକ ଲୋକଙ୍କ ପାଚେରୀ ଏବଂ ଗୋଟିଏ ଦୁଇଟି କଚା ଘର ମଧ୍ୟ ଭାଙ୍ଗିଦେଇଛି। ହାତୀ ଘଉଡାଇବାକୁ ବନ ବିଭାଗ ନାକେଦମ୍ ହୋଇ ପଡ଼ିଛି।