Advertisment

ରାତି ଅଧରେ ବୁଲୁଥିଲେ ପ୍ରାର୍ଥୀ, ଘେରିଗଲେ ଲୋକେ, ତା’ ପରେ...

ବାରିପଦା(ମାଣିକ ଲାଲ ପାଣି):  ପ୍ରଚାର ସରିବା ପରେ ବି ରାତି ଅଧରେ ବୁଲୁଥିଲେ ପ୍ରାର୍ଥୀ।  ପ୍ରଚାର ପାଇଁ ନିର୍ଦ୍ଧାରିତ ସମୟ ସରିଯିବା ପରେ ବି ସ୍ୱାମୀ ଓ ସମର୍ଥକଙ୍କ ସହ ବୁଲି ପ୍ରାର୍ଥୀ ପ୍ରଚାର କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ଘଣ୍ଟାଏ କାଳ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ। ଏହାପରେ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପ୍ରାର୍ଥୀଙ୍କୁ ସେଠାରୁ ଉଦ୍ଧାର କରିଥିଲା । ଏପରି ନିର୍ବାଚନୀ ଉଷ୍ଣତା ଗତ ରାତିରେ ବାରିପଦା ସହର ୧୭ ନଂ […]

ଅଦ୍ୟତନ ହୋଇଛି
ରାତି ଅଧରେ ବୁଲୁଥିଲେ ପ୍ରାର୍ଥୀ, ଘେରିଗଲେ ଲୋକେ, ତା’ ପରେ...

bpd-

Advertisment

ବାରିପଦା(ମାଣିକ ଲାଲ ପାଣି):  ପ୍ରଚାର ସରିବା ପରେ ବି ରାତି ଅଧରେ ବୁଲୁଥିଲେ ପ୍ରାର୍ଥୀ।  ପ୍ରଚାର ପାଇଁ ନିର୍ଦ୍ଧାରିତ ସମୟ ସରିଯିବା ପରେ ବି ସ୍ୱାମୀ ଓ ସମର୍ଥକଙ୍କ ସହ ବୁଲି ପ୍ରାର୍ଥୀ ପ୍ରଚାର କରିବା ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ଘଣ୍ଟାଏ କାଳ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ। ଏହାପରେ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପ୍ରାର୍ଥୀଙ୍କୁ ସେଠାରୁ ଉଦ୍ଧାର କରିଥିଲା । ଏପରି ନିର୍ବାଚନୀ ଉଷ୍ଣତା ଗତ ରାତିରେ ବାରିପଦା ସହର ୧୭ ନଂ ୱାର୍ଡରେ ଦେଖିବାକୁ ମିଳିଛି । ଏହି ୱାର୍ଡ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିଜ ୱାର୍ଡ ହୋଇଥିବା ବେଳେ ସେଠାରେ ଲୋକେ ତାଙ୍କୁ ଓ ତାଙ୍କ ଦଳର ପ୍ରାର୍ଥୀଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।

Advertisment

ଗତକାଲି ପ୍ରଚାରର ଶେଷ ଦିନ ଥିଲା। ହେଲେ ରାତି ୧୨ଟା ପରେ ବିଜେଡି ପ୍ରାର୍ଥୀ ଜଣକ ନିଜ ସ୍ୱାମୀ ଓ ସମର୍ଥକଙ୍କ ସହ  ୧୭ ନଂ ୱାର୍ଡ ସାହିରେ ବୁଲୁଥିଲେ। ଏପରିକି  ସମର୍ଥକମାନେ କାହାକୁ ଟଙ୍କା ବାଣ୍ଟୁଥିବା ବେଳେ ଅପରପକ୍ଷ ଲୋକଙ୍କ ଘରକୁ ଟେକା ମାଡ଼ କରୁଥିଲେ। ଏହା ପ୍ରଚାର ହେବା ପରେ ସାହି ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ଘେରିଥିଲେ। ରାତିରେ କାହିଁକି ଏଠାରେ ବୁଲୁଛ , କ'ଣ ଟଙ୍କା ବାଣ୍ଟିବା ପାଇଁ ଆସିଛ ବୋଲି ପଚାରିଥିଲେ।  ଏଥିସହ ବାହାର ସାହିର ଲୋକ ଓ ଗୁଣ୍ଡାମାନେ ଆମ ସାହିରେ କ'ଣ କରୁଛନ୍ତି ବୋଲି  ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବିଜେଡି ପ୍ରାର୍ଥୀ ଙ୍କ ନାମ ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ହାଏ ହାଏ ବୋଲି ପାଟି କରିଥିଲେ ।

[caption id="attachment_722223" align="aligncenter" width="650"]bpd ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ପ୍ରଶମିତ କରିବାକୁ ଚେଷ୍ଟା କରୁଛି।[/caption]

Advertisment

ଏଭଳି ସ୍ଥିତିରେ ପୁଲିସ୍‌ ପହଞ୍ଚିଥିଲେ ମଧ୍ୟ ଲୋକଙ୍କୁ ବୁଝାସୁଝା କରିବାକୁ ନାକେଦମ ହେବାକୁ ପଡ଼ିଥିଲା । ଦୀର୍ଘ ସମୟ ପରେ ପୁଲିସ୍‌ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏହାପରେ ସ୍ଥିତି ଶାନ୍ତ ହୋଇଥିଲା।

ପ୍ରଚାର ସମୟସୀମା ପରେ ପ୍ରାର୍ଥୀଜଣକ ସାହିରେ ବୁଲି ଟଙ୍କା ବାଣ୍ଟୁଥିବା ବେଳେ ପୁଲିସ୍‌ ତାଙ୍କୁ ସହଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ସାହି ବାସିନ୍ଦା। ଏନେଇ ପୁଲିସ୍‌ ଅଧିକାରୀଙ୍କ ମତାମତ ମିଳିପାରିନି।

Odisha Municipal Election 2022 Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe