/odisha-reporter/media/post_attachments/uploadimage/library/16_9/16_9_0/Baripada_1682564576.jpg)
Baripada
ନିଜକୁ ମୁକ ବଧିର ସଜାଇ ହଷ୍ଟେଲରେ ରହୁଥିବା ପିଲାମାନଙ୍କଠାରୁ ଭିକ ମାଗୁଥିଲେ। ସେମାନଙ୍କୁ ନିଜ ଦୁଃଖ କହି ସେମାନଙ୍କ ସହ କିଛି ଦିନ ଭଲରେ ମିଶୁଥିଲେ। ପରେ ସୁବିଧାସୁଯୋଗ ଦେଖି ପିଲାଙ୍କ ଲାପଟପ୍, ସ୍ମାର୍ଟ ୱାଚ ଓ ମୋବାଇଲ ନେଇ ଫେରାର ହୋଇଯାଉଥିଲେ। ଏହି ଘଟଣାରେ ବାରିପଦା ଟାଉନଥାନା ପୁଲିସ ୩ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରକାଶ ମୁର୍ଥି, ପି ବାଲାଜି ଓରଫ ମୁନିୟାପ୍ପାନ ଓ କୁମାର ଆପ୍ପାରାଓ। ସମସ୍ତଙ୍କ ଘର ତାମିଲନାଡୁ ଭୋଲୋରରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୭ଟି ଲ୍ୟାପଟପ, ଗୋଟିଏ ଆଇପ୍ୟାଡ଼, ୧୯ ଗୋଟି ମୋବାଇଲ, ୨ଗୋଟି ସ୍ମାର୍ଟ ୱାଚ, ୩ଟି ଏଟିଏମ, ଆଧାର କାର୍ଡ ଓ ୨ହଜାର ଟଙ୍କା ପୁଲିସ ଜବତ କରିଛି। ଜବତ ସାମଗ୍ରୀ ଗୁଡ଼ିକ ଛାତ ଛାତ୍ରଛାତ୍ରୀଙ୍କ ବ୍ୟବହୃତ ସାମଗ୍ରୀ ବୋଲି ଜଣାପଡ଼ିଛି।
କିଛି ଦିନ ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ଅନେକ ଛାତ୍ରଙ୍କର ଲ୍ୟାପଟପ ଓ ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ଭିକାରୀ ବେଶରେ ଲୁଟୁଥିବା ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଯୋଜନା କରିଥିଲା।
ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ପୁଲିସ ପ୍ରଥମେ ଦୁଇ ଜଣଙ୍କୁ ଗିରଫ କରି ଟାଉନ ଥାନା ଆଣି ପଚରାଉଚରା କରିଥିଲା। ପରେ ସେହି ରାତିରେ ବାରିପଦାର ଭୁଗୁଡାକଟା ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଅଭିଯୁକ୍ତ ଘରେ ଚଢ଼ାଉ କରିଥିଲା। ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଘରକୁ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।
ଏହି ତିନି ଅଭିଯୁକ୍ତ ମୁକ ଭାବେ ଭିକ୍ଷା ବୃତ୍ତି କରନ୍ତି। ସମୟ ସୁବିଧା ଦେଖି ଲୋକଙ୍କ ଘରେ, କଲେଜ ହଷ୍ଟେଲ ଓ ଦୋକାନରେ ପଶି ଚୋରି କରନ୍ତି । ଏହି ୩ଅଭିଯୁକ୍ତଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି ପୁଲିସ ତଦନ୍ତ ଚଳାଇଛି ବୋଲି ବାରିପଦା ସଦର ଏସଡିପିଓ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
