/odisha-reporter/media/post_attachments/uploads/2021/08/rairangpur.jpg)
rairangpur
ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଚାଲିଥିଲା ମେଣ୍ଢା ଲଢ଼େଇ। ପହଞ୍ଚିଗଲା ପୁଲିସ୍। ତା’ ପରେ ଆରମ୍ଭ ହେଲା ତୁମୁଳକାଣ୍ଡ। ସ୍ଥାନୀୟ ଲୋକେ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ମାରିଲେ। ପୁଲିସକୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜାମଦା ଥାନା ଗୁଡ଼ୁତା ଗାଁରେ ମେଣ୍ଢା ଲଢ଼େଇ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି।
ମେଣ୍ଢା ଲଢ଼େଇ ଦେଖିବାକୁ ହଜାର ହଜାର ଲୋକେ ଗୋଟିଏ ଛୋଟିଆ ପଡ଼ିଆରେ ଜମା ହୋଇଥିଲେ। ହେଲେ ଲୋକେ କରୋନା କଟକଣାକୁ ଫୁ’ କରିଦେଇଥିଲେ। ସେମାନଙ୍କ ଭିତରେ ନା କରୋନାକୁ ଡର ନା ସଂକ୍ରମଣକୁ ଖାତିର।
ତା’ ଛଡ଼ା ବିନା କୌଣସି ପ୍ରଶାସନିକ ଅନୁମତିରେ ଏତେ ସଂଖ୍ୟାରେ ଲୋକେ ଭିଡ଼ କରିଥିବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ଲୋକେ ନିୟମ ମାନିବା ପରିବର୍ତ୍ତେ ଓଲଟା ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଯେଉଁଥିରେ କିଛି ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାକୁ ନେଇ ଜାମଦା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି ରାଇରଙ୍ଗପୁରର ଏଏସପି।
ହଲଦା ଗ୍ରାମର ଜଣେ ବାସିନ୍ଦାଙ୍କ କହିବା ଅନୁଯାୟୀ, ମେଣ୍ଢା ଲଢ଼େଇ ଚାଲିଥିବା ବେଳେ ପୁଲିସ୍ ପହଞ୍ଚିଥିଲା। ଯାହା ପରେ ଖୁବ୍ ପାଠିତୁଣ୍ଡ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
