Advertisment

ପ୍ରହସନ ହୋଇଛି ଧରପଗଡ଼; ବସ୍‌ ଧକ୍କାରେ ପୋଷ୍ଟାଲ କର୍ମଚାରୀ ମୃତ, ଅନ୍ୟଜଣେ ଗୁରୁତର

ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବା ନିମନ୍ତେ ସପ୍ତାହ ବ୍ୟାପୀ ଧରପଗଡ଼ ଚାଲିଛି। ଅନ୍ୟପଟେ ଦୁର୍ଘଟଣାରେ ଜୀବନ ଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Accident

Accident

ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବା ନିମନ୍ତେ ସପ୍ତାହ ବ୍ୟାପୀ ଧରପଗଡ଼ ଚାଲିଛି। ଅନ୍ୟପଟେ ଅସୁରକ୍ଷିତ ରାସ୍ତା ଲୋକଙ୍କ ଜୀବନ ନେଉଛି। ଆଜି ବାରିପଦା ସହର ମଧୁବନ ଛକରେ ଏକ ଯାତ୍ରୀବାହି ବସ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତାହତ ଦୁଇ ଯୁବତୀ ସ୍ଥାନୀୟ ପୋଷ୍ଟ ଅଫିସ୍‌ରେ କାମ କରନ୍ତି। ସେମାନେ ଆଜି ଅଫିସ୍‌କୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ରଶ୍ମିତା ବେହେରା ଓ ଆହତ ଜଣକ କାନ୍ତିପ୍ରଭା ମହାପାତ୍ର। ଉଭୟ ବାରିପଦା ଅଞ୍ଚଳର।

Advertisment

ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବି କରି ଲୋକେ ରାସ୍ତାରେ ଧାରଣା ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚିଥିଲା। ଗୁରୁତରଙ୍କୁ ପିସିଆର ଯୋଗେ ଡାକ୍ତରଖାନା ନେବା ସହ ଲୋକଙ୍କୁ ବୁଝାସୁଝା କରିଥିଲା। ପ୍ରାୟ ଘଣ୍ଟାଏ ପରେ ଲୋକେ ଧାରଣାରୁ ଉଠିଥିଲେ।

ବାରିପଦାର ବାସିନ୍ଦା ଅଜିତ୍ କୁମାର ଦାଶଙ୍କ ଅଭିଯୋଗ ମୁତାବକ ବାରିପଦା ସହରର ରାସ୍ତାଗୁଡ଼ିକ ଜବର ଦଖଲ ହେବାରେ ଲାଗିଛି। ରାସ୍ତା ଉପରେ ଦୋକାନ ବଜାର ବସୁଛି। କିଣାକିଣି କରିବାକୁ ଆସୁଥିବା ବେଳେ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ଯାତାୟତ ରାସ୍ତା ସଙ୍କୁଚିତ ହେଉଛି ଓ ଦୁର୍ଘଟଣା ଘଟୁଛି। ରାସ୍ତା ଉପରୁ ଜବରଦଖଲ ହଟାଇବାକୁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ହେଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ପୁଲିସ, ପରିବହନ ବିଭାଗକୁ ଲଗାଇ ଧରପଗଡ଼ କରି ଜରିମାନା ଆଦାୟରେ ବ୍ୟସ୍ତ ରହୁଛନ୍ତି। ସଡ଼କ ସୁରକ୍ଷା ନିୟମ ଠିକ୍ ଭାବେ ଲାଗୁ କରିବାରେ ସରକାର ଉଚିତ୍ ଦୃଷ୍ଟି ଦେଉନାହାନ୍ତି। ଫଳତଃ ଆଜି ଏହି ଜୀବନହାନି ହୋଇଛି। ଏଥିପାଇଁ ସରକାର ଦାୟୀ ବୋଲି ଅଜିତ୍ କହିଛନ୍ତି।

Advertisment

ତେବେ ଏନେଇ ପୁଲିସ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Unnatural Death Road Accident