Advertisment

ଆଜି ଶିମିଳିପାଳ ବୁଲିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

author-image
Tapaswini Nayak
President Droupadi Murmu

President Droupadi Murmu

ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଅଢେଇ ଘଣ୍ଟା ଅର୍ଥାତ୍ ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବେ। ଏହାପୂର୍ବରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।

Advertisment

ଆସନ୍ତାକାଲି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

ଗତକାଲି ରାଇରଙ୍ଗପୁରସ୍ଥିତ ନିଜ ଘରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତ ସନ୍ଧ୍ୟାରେ ରାଇରଙ୍ଗପୁରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେବା ପରେ ରାଷ୍ଟ୍ରପତି ମହୁଲଡିହା ଘରେ ପହଞ୍ଚିଥିଲେ। ସେଠାରେ ରାତ୍ରଭୋଜନ କରିଥିଲେ ରାଷ୍ଟ୍ରପତି। ପୂର୍ତ୍ତ ବିଭାଗ ଆଇବିରେ ରାଷ୍ଟ୍ରପତିଙ୍କର ରାତ୍ରିଯାପନ କାର୍ଯ୍ୟକ୍ରମ ଥିଲା। ତେବେ ସେ ଆଇବି ବଦଳରେ ତାଙ୍କ ଘରେ ରହିଥିଲେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ତାଙ୍କ ମହୁଲଡିହା ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Advertisment
President Of India Droupadi Murmu Mayurbhanj