Advertisment

ନିଜ ଗାଁକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଶିମିଳିପାଳରେ ବୁଲିବେ

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଜି ବାରିପଦାରେ ହେଲିକପ୍ଟରର ଟ୍ରାଏଲ ରନ୍‌ ଆରମ୍ଭ ହୋଇଛି। ସେନା ବିଭାଗର ୩ଟି ହେଲିକପ୍ଟର ବାରିପଦା ଆସି ଟ୍ରାଏଲ ରନ୍‌ କରିଛନ୍ତି।

author-image
Manoranjan Sial
Draupadi Murmu

Draupadi Murmu

ମୟୂରଭଞ୍ଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସେ ଜନ୍ମ ମାଟିକୁ ଆସୁଛନ୍ତି। ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁର ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ସେ ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ମହାମହିମ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ପଶ୍ଚିମବଙ୍ଗର କଲେଇକୁଣ୍ଡା ସାମରିକ ଘାଟିରେ ଅବତରଣ କରିବ। ତା’ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି। ରାଇରଙ୍ଗପୁର ବାଦାମପାହାଡ଼ ହେଲି ପ୍ୟାଡ୍‌ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିବ। ତା’ ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁରରେ ଆୟୋଜିତ ବିଭିନ୍ନକାର୍ଯ୍ୟକ୍ରମରେ ଯୋଗଦେବେ। ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଳୀଆମୀ ଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ କରିବେ। ଏକ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ଅଭୟାରଣ୍ୟର ବାରେହିପାଣି, ଚହଲା ଆଦି ସ୍ଥାନ ଭ୍ରମଣ କରିବେ। ବରେହିପାଣିଠାରେ ସୁଉଚ୍ଚ ଜଳ ପ୍ରପାତ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପରେ ସେ ଚହଲାଠାରେ ଥିବା ବିଶ୍ରାମାଗାରରେ କିଛି ସମୟ ପାଇଁ ବିଶ୍ରାମ ନେବେ। ମିଳିଥିବା ସୂଚନା ଅନୁସାରେ ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟରେ ପାଖାପାଖି ୮୦ କିଲୋମିଟର ବୁଲିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟର ରାସ୍ତା ମରାମତି ଚାଲୁଛି।

ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟନଙ୍କୁ ବାରଣ କରାଯିବ। ଆସନ୍ତା ୪ ଓ ୫ ତାରିଖରେ ଅଭୟାରଣ୍ୟକୁ ପର୍ଯ୍ୟଟକ ଯିବାକୁ ବାରଣ କରାଯାଇଛି ବୋଲି ଘୋଷଣା କରିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗଗନେଇ। ଏ ନେଇ ବନବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ ଯୋଗୁ ଶିମିଳିପାଳର ମର୍ଯ୍ୟାଦା ଶହେଗୁଣ ବଢିବ ବୋଲି ଖୁସିବ୍ୟକ୍ତ କରିଛନ୍ତି ବନ ବିଭାଗ କର୍ମଚାରୀ।

Advertisment

ସେପଟେ ଆଜି ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଜି ବାରିପଦାରେ ହେଲିକପ୍ଟରର ଟ୍ରାଏଲ ରନ୍‌ ଆରମ୍ଭ ହୋଇଛି। ସେନା ବିଭାଗର ୩ଟି ହେଲିକପ୍ଟର ବାରିପଦା ଆସି ଟ୍ରାଏଲ ରନ୍‌ କରିଛନ୍ତି। ବାରିପଦା ଏମ୍‌ଏସସିବି ବିଶ୍ଵବିଦ୍ୟାଳୟ ପରିସର ରାଣିବଦ୍ଧଠାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଚାରି ୪ଟି ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। ବାୟୁସେନାର ଅଧିକାରୀମାନେ ଆସି ହେଲିପ୍ୟାଡ୍‌ ତଦାରଖ କରିଛନ୍ତି।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada Draupadi Murmu Draupadi Murmu School