Advertisment

ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ବିଦ୍ୟୁତ କଟିଯାଇଥିବା ମାନିଛି ସୂଚନା ଓ ଲୋକ ସଂପର୍କ ବିଭାଗ।

ଅଦ୍ୟତନ ହୋଇଛି
DroupadiMurmu

DroupadiMurmu

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା। ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି ଯାଇଥିଲା। ଲାଇଟ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଭାଷଣ ବନ୍ଦ କରିନଥିଲେ। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ପ୍ରାୟ ୯ ମିନିଟ ଅନ୍ଧାରରେ ଭାଷଣ ଦେବା ପରେ ହଲ୍‌ର ଲାଇଟ ପୁଣି ଜଳିଥିଲା। 

Advertisment

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଲାଇଟ କଟିଯାଇଥିବା ମାନିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କହାଯାଇଛି ଯେ, ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ଲାଇଟ ଗୁଡ଼ିକ କଟି ଯାଇଥିଲା। ପୂରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।

ଅନ୍ୟପକ୍ଷରେ ଆମର କିଛି ଦୋଷ ନାହିଁ ବୋଲି କହିଛି ବିଦ୍ୟୁତ ବିତରଣ କଂପାନୀ TPNODL। ଏହାର ସିଇଓ ଭାସ୍କର ସରକାର କହିଛନ୍ତି, ଆମ ତରଫରୁ କିଛି ସମସ୍ୟା ନଥିଲା। ବିଦ୍ୟୁତ ଯୋଗାଣ ଠିକ ଥିଲା। କେବଳ ରୁମ୍‌ର ଲାଇଟ୍ ପଳାଇଥିଲା। ଏସି ଓ ମାଇକ୍ ଚାଲିଥିଲା। ଯାହା ଜଣାପଡୁଛି, ରୁମର ଇଣ୍ଟରନାଲ ଓୟାରିଂରେ ସମସ୍ୟା ଥିଲା। ଓୟାରିଂ ଇଡକୋ ଅଧୀନରେ ରହିଛି। ଆମର ସେଥିରେ କିଛି କରିବାର ନାହିଁ।

Advertisment

ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇଟ କଟିଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ବୁଦ୍ଧିଜୀବୀମାନେ କହିଛନ୍ତି, ଏହି ଘଟଣା ଯୋଗୁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟ ସରକାରଙ୍କ ହେୟଜ୍ଞାନ ପାଇଁ ନିନ୍ଦିତ ହୋଇଛି ଓଡ଼ିଶା।  ରାଜ୍ୟ ପାଇଁ ଆଜିର ଦିନଟି ଲଜ୍ଜାର ଦିନ।

ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ କ୍ଷମା ମାଗିଲେ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ସେ କହିଲେ- ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି। ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲ। ସେଥିପାଇଁ ମୁଁ  ଦୁଃଖ ପ୍ରକାଶ କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ। ସୂଚନାଯୋଗ୍ୟ, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି। ଆଜି ତାଙ୍କର ଗସ୍ତର ଅନ୍ତିମ ଦିନ। ଅନ୍ତିମ ଦିନରେ ସେ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

President Of India Mayurbhanj DroupadiMurmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe