Advertisment

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି: କହିଲେ- ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି

‘ଆଜି ମୁଁ ଯାହା ବି ପାଇଛି, ଏମାଟି ପାଇଁ ପାଇଛି। ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି। ଏ ମାଟି ପାଇଁ ମୁଁ ଚିର ଋଣୀ। ସେହି ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି।’

ଅଦ୍ୟତନ ହୋଇଛି
President of India

President of India

Advertisment

ଜନ୍ମମାଟିକୁ ଝୁରିଲେ, ଜନ୍ମମାଟି ପାଇଁ ଚିର ଋଣୀ ବୋଲି କହିଲେ। ରାଷ୍ଟ୍ରପତି ହେବା ପରେ ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ବଖାଣିଲେ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ।

Advertisment

କହିଲେ, ଆଜି ମୁଁ ଯାହା ବି ପାଇଛି, ଏମାଟି ପାଇଁ ପାଇଛି। ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି। ଏ ମାଟି ପାଇଁ ମୁଁ ଚିର ଋଣୀ। ସେହି ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି। ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ, ଜାଣିନି। ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଦିନ ପ୍ରାୟ ୧୦ ଟା ୧୫ ମିନିଟ୍‌ରେ ବଡ଼ପାହାଡ଼ ହେଲିପ୍ୟାଡରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତା’ପରେ ରାଷ୍ଟ୍ରପତିଙ୍କ କାର୍କେଡ୍‌ ହେଲିପ୍ୟାଡରୁ ବାହାରୁଥିଲା। ହେଲିପ୍ୟାଡ୍‌ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ। ଏହା ପରେ ରାଷ୍ଟ୍ରପତି ମୁର୍ମୁ ନିଜ ହାତରେ ଗଢ଼ିଥିବା ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ୍‌ ସ୍କୁଲକୁ ଯାଇ ନିଜ ସ୍ୱାମୀ ତଥା ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠୁ ସିଧା ଗ୍ରାମ ଦେବତୀ ଗୋଷାଣୀଙ୍କ ପାଖକୁ ଯାଇ ଦର୍ଶନ କରିବା ସହ ଆଦିବାସୀ ପରଂପରାରେ ପୂଜାର୍ଚ୍ଚନା କରିଥିଲେ। ଏସଏଲ୍ଏସ୍ ସ୍କୁଲ ଗସ୍ତ ସମୟରେ ରାଷ୍ଟ୍ରପତି ନାବାର୍ଡ ସହାୟତାରେ କମ୍ୟୁନିଟି ସେଣ୍ଟର ଏବଂ ଦକ୍ଷତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Advertisment

ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆସନ୍ତାକାଲି ଶିମିଳିପାଳ ଅଭାରଣ୍ୟ ଭ୍ରମଣ କରିବେ। ତା’ପରଦିନ ଅର୍ଥାତ ୬ ତାରିଖରେ ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Mayurbhanj Droupadi Murmu Mayurbhanj President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe