/odisha-reporter/media/post_attachments/uploadimage/library/16_9/16_9_0/IMAGE_1676429266.jpg)
police station
ପୂଜା କରିବାକୁ ଯାଇ ଫେରିଲେ ନାହିଁ ପୂଜକ। ଗତକାଲି ସକାଳେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୂଜକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ରାଣୀପୋଖରୀ ପଞ୍ଚାୟତ ଗେରାସାହି ଗାଁରେ। ମୃତପୂଜକ ଜଣଙ୍କ ହେଲେ ତୁରାମ ସିଂ।
Advertisment
ସୋମବାର ସନ୍ଧ୍ୟାରେ ତୁରାମ ଗାଁ ନିକଟକୁ ଜଣଙ୍କ ଘରକୁ ପୂଜା କରିବା ପାଇଁ ଯାଇଥିଲେ। ପୂଜା ସାରି ଆଉ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଗତକାଲି ସକାଳେ ତୁରାମଙ୍କୁ ମୃତଦେହ ଗାଁ ନିକଟ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ତୁରାମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।
ତୁରରଙ୍କୁ କିଏ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
