Advertisment

ଶିମିଳିପାଳରେ ନିଆଁ, ନିଜ କଥା ବୁଝିଲା ପ୍ରକୃତି

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଶିମିଳିପାଳ ଜଙ୍ଗଲରେ ଲାଗି ରହିଥିବା ନିଆଁ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି। ଆଉ ଠିକ୍ ଏହି ସମୟରେ ଇନ୍ଦ୍ର ଦେବତାଙ୍କ କୃପା ଦୃଷ୍ଟି ପଡ଼ିଛି। ଶିମିଳିପାଳ ଆଖପାଖ ଅଞ୍ଚଳ ସହ ଗୁଡ଼ଗୁଡ଼ିଆରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ନଅଣା ଓ ଜେବାନିଲ ସ୍ଥାନରେ ଘଡ଼ଘଡ଼ି ସହ ଆକାଶ ମେଘୁଆ ରହିଥିଲା। ଶିମିଳିପାଳରେ ‍ବର୍ଷା ନହୋଇଥିଲେ ବି ଏହାର ଆଖପାଖରେ ବର୍ଷା ହେବା ସାମାନ୍ୟ ଆଶ୍ୱସ୍ତି ଦେଇଛି। ଶିମିଳିପାଳ ନିକଟରେ […]

author-image
Ranjit Kumar Jena
ଶିମିଳିପାଳରେ ନିଆଁ, ନିଜ କଥା ବୁଝିଲା ପ୍ରକୃତି

similipala

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଶିମିଳିପାଳ ଜଙ୍ଗଲରେ ଲାଗି ରହିଥିବା ନିଆଁ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି। ଆଉ ଠିକ୍ ଏହି ସମୟରେ ଇନ୍ଦ୍ର ଦେବତାଙ୍କ କୃପା ଦୃଷ୍ଟି ପଡ଼ିଛି। ଶିମିଳିପାଳ ଆଖପାଖ ଅଞ୍ଚଳ ସହ ଗୁଡ଼ଗୁଡ଼ିଆରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ନଅଣା ଓ ଜେବାନିଲ ସ୍ଥାନରେ ଘଡ଼ଘଡ଼ି ସହ ଆକାଶ ମେଘୁଆ ରହିଥିଲା। ଶିମିଳିପାଳରେ ‍ବର୍ଷା ନହୋଇଥିଲେ ବି ଏହାର ଆଖପାଖରେ ବର୍ଷା ହେବା ସାମାନ୍ୟ ଆଶ୍ୱସ୍ତି ଦେଇଛି।

Advertisment

ଶିମିଳିପାଳ ନିକଟରେ କରଞ୍ଜିଆରେ ବର୍ଷା ହୋଇଛି। ଆଜି କରଞ୍ଜିଆ ବଜାର ସମେତ ବିଭିନ୍ନ ଜାଗାରେ ସାମନ୍ୟ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବର୍ଷା ହୋଇଛି କି ନାହିଁ ତାହା ଜଣା ପଡିନି। ତେବେ ପ୍ରକୃତିକୁ ସୁରକ୍ଷା ପାଇଁ ଏବେ ପ୍ରକୃତିରାଣୀ ବି ଧରାପୃଷ୍ଠରେ ପାଦ ଥାପିଛନ୍ତି।

ଦୀର୍ଘ ୧୫ରୁ ଅଧିକ ଦିନ ଧରି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳର ନିଆଁ ଲାଗି ରହିଛି। ଏହି ନିଆଁ ଯେ ଯେ ଶିମିଳିପାଳ ନୁହେଁ ବରଂ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ କ୍ଷୀପ୍ର ଗତିରେ ବ୍ୟାପୀ ଚାଲିଛି। ଯାହା ଫଳରେ ବିଲୁପ୍ତ ହୋଇଯାଉଛନ୍ତି ଲକ୍ଷ ଲକ୍ଷ ଔଷଧୀୟ ବୃକ୍ଷ, ଉପକାରୀ ଗୁଳ୍ମ ଓ ଛୋଟବଡ଼ ଅସଂଖ୍ୟ ଜୀବଜନ୍ତୁ। ତେବେ ଏହି ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ।

Advertisment

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଭାଗରେ ଥିବା ଜଙ୍ଗଲରେ ଏବେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ବିଶେଷକରି ଶିମିଳିପାଳରେ ଲାଗିଥିବା ନିଆଁକୁ ଓଡ୍ରାଫ ସହାୟତାରେ ଆୟତ୍ତାଧୀନ କରାଯାଇଛି ବୋଲି ସରକାର କହୁଥିଲେ ମଧ୍ୟ ଶିମିଳିପାଳ ଏବେବି ଜଳୁଛି।