Advertisment

ଦୁଃଖ ଖବର: ଶିମିଳିପାଳ କୋର ଏରିଆରେ ମହାବଳ କଳା ବାଘର ମୃତ୍ୟୁ

ଶିମିଳିପାଳ କୋର ଏରିଆରେ ଦୁଇଟି ବାଘଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। ସେହି କାରଣରୁ କଳା ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Tiger

Tiger

Advertisment

ବାଘଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଉତ୍କୃଷ୍ଟ ଓ ସୁରକ୍ଷିତ ସ୍ଥାନ ବୋଲି ଘୋଷଣା କରିଥିଲା National Tiger Conservation Authority(ଏନ୍‌ଟିସିଏ)। ଆଜି ଏନେଇ ଏନ୍‌ଟିସିଏ ଘୋଷଣା କରିଥିଲା। ହେଲେ ସେପଟେ ଶିମିଳିପାଳ ଅଭୟାରଣ୍ୟକୁ ନେଇ ଆସିଛି ଦୁଃଖଦ ଖବର। ଅଭୟାରଣ୍ୟର ଶୋଭାବର୍ଦ୍ଧନ କରୁଥିବା କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଅଭୟାରଣ୍ୟର କୋର ଏରିଆରେ ବାଘର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ପୁରୁଷ ବାଘର ବୟସ ସାଢ଼େ ୩.୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶୀଲ କୁମାର।

Advertisment

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶିମିଳିପାଳ କୋର ଏରିଆରେ ଦୁଇଟି ବାଘଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। ସେହି କାରଣରୁ କଳା ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତଥାପି ଘଟଣାର ତଦନ୍ତ କରାଯାଉଛି। ସେଥିପାଇଁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟାସ୍କଫୋର୍ସ ଟିମ୍‌ ଗଠନ କରି ତଦନ୍ତ କରାଯାଇଛି। ଏହି ଟିମ୍‌ରେ ଶିମିଳିପାଳ ଉପ ନିର୍ଦ୍ଦେଶକ, କ୍ଷେତ୍ର ନିର୍ଦ୍ଦେଶକଙ୍କ ସମେତ ଅନେକ ରେଞ୍ଜର ଅଧିକାରୀ, ପ୍ରାଣୀ ବିଶେଷଜ୍ଞ, ପ୍ରବନି ଚିକିତ୍ସକ ଅଛନ୍ତି। ଆଜି ଏହି ଟିମ୍‌ ବାଘ ମରିଥିବା ସ୍ଥଳକୁ ଯାଇ ଅନୁଧ୍ୟାନ କରୁଛି। ବିରଳ ପ୍ରଜାତିର କଳା ବାଘ ମରିବା ଶିମିଳିପାଳ ଇତିହାର ପ୍ରଥମ ଘଟଣା।

ସୂଚନାରୁ ପ୍ରକାଶ, ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ମହାବଳ ବାଘ ରହିଛି। ଏଥିସହ ୬ଟି ମହାବଳ(କଳା) ବାଘ ରହିଛି। ସେଥିରୁ ଗୋଟିଏ ବାଘର ମୃତ୍ୟୁ ଘଟିଛି।  

Advertisment

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Similipal National Park Baripada Forest Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe