Advertisment

ମଦ ପିଇ ଶୋଇ ପଡ଼ିଲେ ରେଳ କର୍ମଚାରୀ! ଗେଟ୍‌ ପକାଇ ଟ୍ରେନ୍‌ ନେଇ ଗଲେ ଲୋକ ପାଇଲଟ୍‌

ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଡିଏମ୍‌ୟୁ ଟ୍ରେନ୍‌ ରିପ୍ସାରୁ ଛାଡ଼ିଥିଲା। ଟ୍ରେନ୍‌ଟି ସକାଳ ୯ଟା ବେଳେ ଯୁଗ୍‌ପୁରା ରେଳ ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍‌ଟି ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କଲା ବେଳେ ଯୁଗ୍‌ପୁରା ରେଲୱେ କ୍ରୋସିଂଠାରେ ଅଟକି ରହିଥିଲା।

Baripada

Baripada

Advertisment

ରେଳ ଫାଟକ ନକାଇ ମଦ ନିଶାରେ ଶୋଇ ପଡ଼ିଲେ ଗେଟ୍‌ମ୍ୟାନ୍‌। ଦୀର୍ଘ ସମୟ ଧରି ଫାଟକ ପାଖରେ ଅଟକି ରହିଲା ଟ୍ରେନ୍‌। ଯାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଲୋକ ପାଇଲଟ୍‌ ନିଜେ ଟ୍ରେନ୍‌ରୁ ଓହ୍ଲାଇ ଗେଟ୍‌ ପକାଇ ସିଗ୍‌ନାଲ ଦେଇ ଟ୍ରେନ୍‌ ନେଇ ଗଲେ। ମଙ୍ଗଳବାର ଏପରି ଖବର ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଗେଟ୍‌ ମ୍ୟାନଙ୍କ ଏପରି ଗୁରୁତର ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଡିଏମ୍‌ୟୁ ଟ୍ରେନ୍‌ ରିପ୍ସାରୁ ଛାଡ଼ିଥିଲା। ଟ୍ରେନ୍‌ଟି ସକାଳ ୯ଟା ବେଳେ ଯୁଗ୍‌ପୁରା ରେଳ ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ଟ୍ରେନ୍‌ଟି ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କଲା ବେଳେ ଯୁଗ୍‌ପୁରା ରେଲୱେ କ୍ରୋସିଂଠାରେ ଅଟକି ରହିଥିଲା। ଗେଟ୍‌ମ୍ୟାନ୍‌ ସିଗନାଲ୍‌ ଦେଇନଥିରୁ ଟ୍ରେନ୍‌ ଆଗକୁ ବଢ଼ି ପାରୁନଥିଲା। ଦୀର୍ଘ ସମୟ ଧରି ଅଟକି ରହିଥିବାରୁ ଟ୍ରେନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଶେଷରେ ଲୋକ ପାଇଲଟ୍‌ ନିଜେ ଟ୍ରେନ୍‌ରୁ ଓହ୍ଲାଇ ଗେଟ୍‌ ପକାଇ ସିଗନାଲ ଦେଇ ଆଗକୁ ଯାଇଥିଲେ। କାରଣ ରେଳ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀ ନିଶାରେ ତଳେ ପଡ଼ିଥିବା ଲୋକ ପାଇଲଟ୍‌ ଦେଖିବାକୁ ପାଇଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଯଦି ଲୋକଙ୍କ ପ୍ରାଣ ଯାଇଥାନ୍ତା, ସେଥିପାଇଁ କିଏ ଦାୟୀ ହୋଇଥାନ୍ତା? ଏଭଳି କର୍ମଚାରୀଙ୍କ ପ୍ରତି ଉଚ୍ଚ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Advertisment

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Baripada Railway Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe