Advertisment

TGT ପରୀକ୍ଷାରେ ସର୍ଭର ଡାଉନ୍

ବାରିପଦା (ମାନିକ୍ ଲାଲ ପାଣି): ବାରିପଦାରେ ଟିଜିଟି ଶିକ୍ଷକ ପଦ ନିମନ୍ତେ ହେଉଥିବା ସିବିଟି(କମ୍ପ୍ୟୁଟର ବେଷ ଟିଚର) ପରୀକ୍ଷାରେ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା ଫଳ ପାଇଁ ଆଶଙ୍କା ଦେଖା ଦେଇଥିବା ବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ହାଇସ୍କୁଲ ଠିକା ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜି ବାରିପଦାର ପୋଡା ଅସ୍ତିଆ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଇଡି ଓ ଓଏସଏସଟିଇଟି […]

TGT ପରୀକ୍ଷାରେ ସର୍ଭର ଡାଉନ୍

baripada

Advertisment

ବାରିପଦା (ମାନିକ୍ ଲାଲ ପାଣି): ବାରିପଦାରେ ଟିଜିଟି ଶିକ୍ଷକ ପଦ ନିମନ୍ତେ ହେଉଥିବା ସିବିଟି(କମ୍ପ୍ୟୁଟର ବେଷ ଟିଚର) ପରୀକ୍ଷାରେ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା ଫଳ ପାଇଁ ଆଶଙ୍କା ଦେଖା ଦେଇଥିବା ବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Advertisment

ହାଇସ୍କୁଲ ଠିକା ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜି ବାରିପଦାର ପୋଡା ଅସ୍ତିଆ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଇଡି ଓ ଓଏସଏସଟିଇଟି ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ଟିଜିଟି ଶିକ୍ଷକ ପଦ ପାଇଁ ସିବିଟି ପରୀକ୍ଷା ପାଇଁ କେନ୍ଦ୍ର ଘୋଷଣା କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ୧୯୦ ଲେଖାଏ ମୋଟ ୩୮୦ଜଣ ଛାତ୍ରଛାତ୍ରୀଙ୍କ ଅନଲାଇନ ଯୋଗେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା।

ହାଇସ୍କୁଲ ଠିକା ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯାଉ ଥିବା ବେଳେ ଆଜି ପ୍ରଥମ ସିଟିଂର ପରୀକ୍ଷା ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨:୩୦ ଯାଇ ଏବଂ ଦ୍ୱିତୀୟ ସିଟିଂର ପରୀକ୍ଷା ଅପରାହ୍ଣ ୨:୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏ ହେବାର ଥିଲା। ତେବେ ପ୍ରଥମ ସିଟିଂର ପରୀକ୍ଷା ୧୦ଟା ଥିବା ବେଳେ ସର୍ଭର ଡାଉନ ପାଇଁ ଉକ୍ତ ପରୀକ୍ଷା ବିଳମ୍ବରେ ଆରମ୍ଭ ହୋଇଥିଲା। ବିଳମ୍ବ ଏହିପରି କି ଦିନ ୧୦ଟାର ପରୀକ୍ଷା ଅପରାହ୍ଣ ୪ଟା ଯାଏ ଚାଲିଥିଲା।

Advertisment

ଅନଲାଇନ ପରୀକ୍ଷା ବେଳେ ବାରମ୍ବାର ନେଟୱାର୍କ ସଂଯୋଗ କଟିବା ହେତୁ ଛାତ୍ରଛାତ୍ରୀ ମାନେ ମାନସିକ ଦୁଶ୍ଚିନ୍ତା ସହ ପରୀକ୍ଷା ହଲରେ ଖାଇବାକୁ ନ ମିଳିବା ଏପରି କି ପିଇବା ପାଣି ମଧ୍ୟ ଦୀର୍ଘ ସମୟ ଧରି ବ୍ୟବସ୍ଥା ହୋଇନଥିବାର ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। କିଛି ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଠିକ୍ ଭାବେ ହୋଇ ପାରିଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଠିକ୍ ଭାବେ ହୋଇନଥିବା ଅଭିଯୋଗ ହୋଇଛି। ଏପରି କି ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟା ୩୦ରେ ଆରମ୍ଭ ହେବାକୁ ଥିବା ବେଳେ ତାହା ସମ୍ପୂର୍ଣ୍ଣ ଆରମ୍ଭ ହୋଇପାରିନଥିଲା। ଏନେଇ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିଥିଲା। ଏଥି ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ ପକ୍ଷରୁ ଉକ୍ତ ପରୀକ୍ଷାଟି କରାଯାଉଥିବା ବେଳେ ଅନଲାଇନ ପରୀକ୍ଷା ପାଇଁ ନେଇଥିବା ଠିକା ସଂସ୍ଥା ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe