Advertisment

ଝିଅର ମୃତ୍ୟୁକୁ ୧୭ ଦିନ ପୁରିଲା, ବାପା କହିଲେ ଏମିତି କଥା

କରଞ୍ଜିଆ(ଦୀପକ କୁମାର ମହନ୍ତ): ଝରାଫୁଲ ମୃତ୍ୟୁର ୧୭ ଦିନ ପରେବି ମୃତ୍ୟୁର କାରଣ ପାଉନି ପୁଲିସ । ଏହାକୁ ନେଇ ଝରାଫୁଲ ବାପା ଏବଂ ଗ୍ରାମବାସୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଦ୍ୱିତୀୟ ଅଭିଯୁକ୍ତ କୁହା ଯାଉଥିବା ଶକ୍ତିଶେଖର  ବର୍ତ୍ତମାନ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ଝରାଫୁଲଙ୍କ ପରିବାର ?  ଏପରି କି  ରାଜଧାନୀର ଛାତିରୁ ବାହାରି  କିପରି ମୃତଦେହକୁ ଯାଜପୁର ଆଣି  ଫିଙ୍ଗିଲେ ?  ଆଉ ଫିଙ୍ଗିଥିବା  ଦ୍ୱିତୀୟ ଅଭିଯୁକ୍ତଙ୍କୁ କାହିଁକି ଆଜି ପର୍ଯ୍ୟନ୍ତ ଗିରଫ […]

ଝିଅର ମୃତ୍ୟୁକୁ ୧୭ ଦିନ ପୁରିଲା, ବାପା କହିଲେ ଏମିତି କଥା

jharaphula-1

Advertisment

କରଞ୍ଜିଆ(ଦୀପକ କୁମାର ମହନ୍ତ): ଝରାଫୁଲ ମୃତ୍ୟୁର ୧୭ ଦିନ ପରେବି ମୃତ୍ୟୁର କାରଣ ପାଉନି ପୁଲିସ । ଏହାକୁ ନେଇ ଝରାଫୁଲ ବାପା ଏବଂ ଗ୍ରାମବାସୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଦ୍ୱିତୀୟ ଅଭିଯୁକ୍ତ କୁହା ଯାଉଥିବା ଶକ୍ତିଶେଖର  ବର୍ତ୍ତମାନ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ଝରାଫୁଲଙ୍କ ପରିବାର ?  ଏପରି କି  ରାଜଧାନୀର ଛାତିରୁ ବାହାରି  କିପରି ମୃତଦେହକୁ ଯାଜପୁର ଆଣି  ଫିଙ୍ଗିଲେ ?  ଆଉ ଫିଙ୍ଗିଥିବା  ଦ୍ୱିତୀୟ ଅଭିଯୁକ୍ତଙ୍କୁ କାହିଁକି ଆଜି ପର୍ଯ୍ୟନ୍ତ ଗିରଫ କରି ପାରିନି ପୁଲିସ ?  ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।  ଝରାଫୁଲ ଏକ ଆଦିବାସୀ ଅଧ୍ୟୁସିତ ଜିଲ୍ଲାର ଏବଂ ସେ ଆଦିବାସୀ ହୋଇଥିବାରୁ ନ୍ୟାୟ ପ୍ରକ୍ରିୟା ଜାଣି ଶୁଣି ବିଳମ୍ବ କରୁନି ତ ପୁଲିସ ?

Advertisment

ଏପରି ବହୁ ପ୍ରଶ୍ନ ପଚାରିଛନ୍ତି ଝରାଫୁଲଙ୍କ ବାପା  ରମାକାନ୍ତ ନାୟକ । ଘଟଣାର  ୧୭ ଦିନ ପରେବି ଶବ ବ୍ୟବଚ୍ଛେଦ ରିପୋର୍ଟ କି ଭିସେରା ରିପୋର୍ଟ ସାର୍ବଜନୀନ କରିନାହିଁ ପୁଲିସ। ରାଜଧାନୀ ଅଞ୍ଚଳରେ ଘଟିଥିବା ମୁଣ୍ଡ ବିହୀନ ଶବ ମିଳିବା ଘଟଣାରେ ମାତ୍ର କେଇ ଘଣ୍ଟାପରେ ବ୍ୟବଚ୍ଛେଦ ରିପୋର୍ଟ ଆସିପାରିଲା। ସେହିପରି  ଏହାର ଶବକୁ  ଚିହ୍ନଟ କୋଲେ ୫୦ହଜାର ପୁରସ୍କାର ସହିତ ଯେପରି ପୋଲିସ ତତ୍ପରତା ଦେଖାଇ କାଂଥବାଡ଼ ପୋଷ୍ଟର ମାରିଲା ସେମିତି ତତ୍ପରତା ଝରାଫୁଲଙ୍କ କ୍ଷେତ୍ରରେ କାହିଁକି ଦେଖାଉନି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଆମକୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ ନଚେତ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସରକାରଙ୍କୁ ଧମକ ଦେଇଛନ୍ତି ଗ୍ରାମବାସୀମାନେ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। କରୋନା ବେଳେ କଲେଜ ବନ୍ଦ ଥିବାରୁ ସେ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ।

Advertisment

ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଜାନୁଆରୀ ୨୭ ତାରିଖାରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ଝରାଫୁଲ ମୃତଦେହ ମିଳିଥିଲା। ଏହାପରେ ପୁଲିସ ମୃତଦେହ ଜବତ କରି ଗେଷ୍ଟହାଉସ୍ ଓ ରେସ୍ତୋରାଁରେ ଲାଗିଥିବା ସିସିଟିଭି ଫୁଟେଜକୁ ଧରି ଖୋଳତାଡ଼ କରିଥିଲା ପୁଲିସ। ଏପରିକି ମୃତଦେହ ଫିଙ୍ଗିବା ପାଇଁ ବ୍ୟବହୃତ ସ୍କୁଟରକୁ ଜବତ କରିବା ସହ ଝରାଫୁଲର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୁଲିସ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe