Advertisment

ଟ୍ରଙ୍କ ଭିତରୁ ବାହାରିଲା ପ୍ରେମିକ, ଚାବି ପକାଇଥିଲା ପ୍ରେମିକା

କରଞ୍ଜିଆ(ଦୀପକ କୁମାର ମହାନ୍ତ): ପ୍ରେମ ସମ୍ପର୍କ ଧରାପଡିଯିବା ଭୟରେ ପ୍ରେମିକଙ୍କୁ ଟ୍ରଙ୍କରେ ତାଲା ପକାଇଲା ପ୍ରେମିକା। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ  ଭାଇରାଲ ହେବାରେ ଲାଗିଛି। ତେବେ ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ ହୋଇଥିବା ଲୋକେ କହୁଥିବା ବେଳେ ପ୍ରକୃତରେ କେଉଁଠିକାର ତାହା ଜଣା ପଡିନି।  ଅନ୍ୟପଟେ ଏ ସମ୍ପର୍କରେ ପୁଲିସ  ପାଖରେ ମଧ୍ୟ କୌଣସି ସୂଚନା ନାହିଁ ।  ଯୁବତୀ ଜଣକ ତାଙ୍କ ପ୍ରେମିକକୁ […]

ଅଦ୍ୟତନ ହୋଇଛି
ଟ୍ରଙ୍କ ଭିତରୁ ବାହାରିଲା ପ୍ରେମିକ, ଚାବି ପକାଇଥିଲା ପ୍ରେମିକା

6n3

Advertisment

କରଞ୍ଜିଆ(ଦୀପକ କୁମାର ମହାନ୍ତ): ପ୍ରେମ ସମ୍ପର୍କ ଧରାପଡିଯିବା ଭୟରେ ପ୍ରେମିକଙ୍କୁ ଟ୍ରଙ୍କରେ ତାଲା ପକାଇଲା ପ୍ରେମିକା। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ  ଭାଇରାଲ ହେବାରେ ଲାଗିଛି। ତେବେ ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ ହୋଇଥିବା ଲୋକେ କହୁଥିବା ବେଳେ ପ୍ରକୃତରେ କେଉଁଠିକାର ତାହା ଜଣା ପଡିନି।  ଅନ୍ୟପଟେ ଏ ସମ୍ପର୍କରେ ପୁଲିସ  ପାଖରେ ମଧ୍ୟ କୌଣସି ସୂଚନା ନାହିଁ ।  ଯୁବତୀ ଜଣକ ତାଙ୍କ ପ୍ରେମିକକୁ ଏକ ଟ୍ରଙ୍କରେ ତାଲା ପକାଇ ଦେଇଥିଲେ  । ପରିବାରର ସଦସ୍ୟଙ୍କ ଠାରୁ ପ୍ରେମିକଙ୍କୁ ଲୁଚାଇବା  ପାଇଁ  ଯାଇ ଅତି ତରବରିଆ  ଭାବେ ଏମିତି କରିଛନ୍ତି ଯୁବତୀ ।

Advertisment

ଆଉ ଶେଷରେ ଭାଇ ହାତରେ ଧରା ପଡ଼ିଛି  ପ୍ରେମିକ ଓ  ପ୍ରେମିକା।  ଭାଇ ପାଖରୁ ନିସ୍ତୁକ ଛେଚା ଖାଉଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଘରେ କେହି ନ ଥିବାର ସୁଯୋଗ ନେଇ ଗୋପନରେ ପ୍ରେମିକାକୁ ଭେଟିବାକୁ ଆସିଥିଲା ପ୍ରେମିକ । ଆଉ ଏହି ସମୟରେ  ହଠାତ୍ ଘର ଲୋକ ଆସିଯିବାରୁ କିଛି ବୁଦ୍ଧି ନ ପାଇ ଶେଷରେ ପ୍ରେମିକକୁ ଟ୍ରଙ୍କରେ ପୁରାଇ ଚାବି  ଲଗେଇ ଦେଇଥିଲା ପ୍ରେମିକା ।

ଘର ଲୋକ ଆସି ଝିଅ  କଣ କରୁଥିଲୁ ପଚରାଉଚରା କରିବା ପରେ ସେ ବିଚଳିତ ହୋଇପଡ଼ିବା ଦେଖି ପାରିପାର୍ଶ୍ୱିକ ସ୍ଥିତିରୁ ଜାଣି ପାରିଥିଲେ । ପରିବାର ଲୋକେ ତାଗିଦ୍ କରିବାରୁ   ଟ୍ରଙ୍କ ଭିତରେ ଲୁଚି ରହିଥିବା ପ୍ରେମିକ କୁ ବାହାର କରିଥିଲା ଝିଅ। ପ୍ରେମିକା ଟ୍ରଙ୍କର ଚାବି ଖୋଲିବାରୁ ଯୁବକ ଜଣଙ୍କ ତା’ଭିତରୁ ଝାଳନାଳ ହଇ ବାହାରିଥିଲେ । ଏଭଳି ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମୋବାଇଲ ରୁ ମୋବାଇଲକୁ ଭିଡିଓ ଘୁରି ବୁଲୁଥିଲେ।  ପୁଲିସ ପାଖରେ କୌଣସି ଅଭିଯୋଗ ହୋଇ ନାହିଁ କି ପୁଲିସ ପାଖରେ ଏପରି କୌଣସି ସୂଚନା ମଧ୍ୟ ନାହିଁ ।

Advertisment
Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe