Advertisment

ପର୍ଯ୍ୟଟକଙ୍କ ପାଇଁ ବନ୍ଦହେଲା ଶିମିଳିପାଳ ଅଭୟାରଣ୍ୟ

ଆସନ୍ତାକାଲି ଠାରୁ ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

Shimilipal Sanctuary

Shimilipal Sanctuary

Advertisment

ପର୍ଯ୍ୟଟକଙ୍କ ପାଇଁ ବନ୍ଦହେଲା ମୟୂରଭଞ୍ଜ ଜିଲ୍ଲାର ଅନନ୍ୟ ଆକର୍ଷଣୀୟ ସ୍ଥଳ ଶିମିଳିପାଳ ଅଭୟାରଣ୍ୟ। ଆସନ୍ତାକାଲି ଠାରୁ ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଆଜି ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି।

Advertisment

ବାଘ ସଂରକ୍ଷଣ ନିମନ୍ତେ ନିୟମିତ ପରିଚାଳନା କାମ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅଭୟାରଣ୍ୟ ପର୍ଯ୍ୟଟଙ୍କ ସ୍ୱାଚ୍ଛନ୍ଦ ବିଚରଣ ନିମନ୍ତ ଆଗକୁ କେବେ ଖୋଲିବ ତାହା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି।

ସେପଟେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ନେଇ ଘୋଷଣା କରାଯାଇଥିଲେ ହେଁ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁରୁଗୁଡ଼ିଆ, କୁଁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ ଖୋଲା ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ନୋଟିସ ମାଧମରେ ସୂଚନା ପ୍ରଦାନ କରିଛନ୍ତି। ଯାହା ସମସ୍ତଙ୍କୁ ହତବାକ୍ କରିଛି।

Advertisment
Noticeଶିମିଳିପାଳ ବନ୍ଦ ନେଇ ନୋଟିସ୍
Similipal National Park Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe