Advertisment

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମୟୂରଭଞ୍ଜର କୁନି ଝିଅ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ବୟସ ମାତ୍ର ଅଢେଇ ବର୍ଷ ହେଲେ ବି ସେ ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ସେ ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା। ୨ବର୍ଷ ୭ ମାସର କୁନି ଝିଅ ଇଂରାଜୀ ବର୍ଣ୍ଣମାଳାର Aରୁ Z ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ଟି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମୟୂରଭଞ୍ଜର କୁନି ଝିଅ

sreyashi

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ବୟସ ମାତ୍ର ଅଢେଇ ବର୍ଷ ହେଲେ ବି ସେ ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ସେ ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା।

Advertisment

୨ବର୍ଷ ୭ ମାସର କୁନି ଝିଅ ଇଂରାଜୀ ବର୍ଣ୍ଣମାଳାର Aରୁ Z ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ବର୍ଣ୍ଣମାଳା ଆଧାରରେ ୧୨ଟି ଫଳ, ୧୦ଟି ପ୍ରାଣୀ, ୭ଟି ଖାଦ୍ୟ ୮ଟି ରଙ୍ଗ, ସପ୍ତାହର ୫ଦିନ ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଚିହ୍ନଟ କରି କହି ପାରୁଛନ୍ତି, ଯେଉଥି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାଶୀ ପ୍ରଶଂସା-୨୦୨୨ ଶୀର୍ଷକରେ ନିଜ ନାମକୁ ଚୂଡାନ୍ତ କରିଛନ୍ତି। ସୁବ୍ରତ ମହାନ୍ତ ଏବଂ ତୃପ୍ତିଲତା ମହାନ୍ତଙ୍କ ୨ବର୍ଷ ୭ମାସର ଝିଅ ଶ୍ରେୟାଶୀଙ୍କ ପ୍ରତିଭା ସଂକ୍ରାନ୍ତୀୟ ଭିଡ଼ିଓ ଗତ ଜୁନ୍ ମାସ ୨୧ ତାରିଖରେ ଇଣ୍ଡିଆ ବୁକ୍ ଅଫ ରେକର୍ଡକୁ ପଠାଯାଇଥିଲା। ସେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ସ୍ଥାନ ପାଇ ଯୋଗ୍ୟତା ଅର୍ଜନ କରି ମୟୂରଭଞ୍ଜ ପାଇଁ ସଫଳତା ଆଣି ପାରିଛନ୍ତି ଏହି କୁନି ଝିଅ ଶ୍ରେୟାଶୀ।

Advertisment

ଜୁନ ୨୩ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଙ୍କ ନାମ ଘୋଷଣା ହୋଇଥିଲା। ତେବେ ଆଗାମୀ ୨୦ଦିନ ମଧ୍ୟରେ ଶ୍ରେୟାଶୀକୁ ମେଡାଲ, ପ୍ରମାଣପତ୍ର, ଇଣ୍ଡିଆ ବୁକ ଅଫ୍ ରେକର୍ଡ ପୁସ୍ତକ ସହିତ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ସୂଚନା ଦିଆଯାଇଥିବା ଜଣା ପଡ଼ିଛି।

ଶ୍ରେୟାଶୀଙ୍କ ବାପା ସୁବ୍ରତ ମହାନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଇଣ୍ଡିଆ ତିବ୍ଧ ବୋର୍ଡର ପୁଲିସ (ITBP)ବିଭାଗର ପାରା ମେଡିକାଲ ବିଭାଗ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି। ଶ୍ରେୟାଶୀ ବର୍ତ୍ତମାନ ବାପା ମାଙ୍କ ସହିତ ଦିଲ୍ଲୀରେ ଅଛନ୍ତି। ଶ୍ରେୟାଶୀକୁ ଅଳ୍ପ ବୟସରେ ନୂଆ ଜିନିଷ ଶିଖିବାର ଆଗ୍ରହ ଓ ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ଶ୍ରେୟାଶୀଙ୍କୁ ଏହି ସଫଳତା ଆଣି ଦେଇଛି।

ଏତେ କମ୍ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ଯୋଡି ଥିବାରୁ ଖାଲି ମୟୂରଭଞ୍ଜ ନୁହେଁ ରାଜ୍ୟର ନାମ ମଧ୍ୟ ଗୌରବାନ୍ୱିତ କରି ପାରିଛନ୍ତି। ନିଜ ମା ଏବଂ ବାପାଙ୍କ ଅଗାଢ଼ ପରିଶ୍ରମ ଯୋଗୁଁ ଝିଅକୁ ଏହି ସଫଳତା ମିଳି ଥିବାରୁ ବହୁତ ଖୁସି ଥିବା ଶ୍ରେୟାଶୀଙ୍କ ମା' କହିଛନ୍ତି।

Odia Offbeat