Advertisment

ସବୁ ଭାବିଥିଲେ ମରିଯାଇଛି, ୨୦ ବର୍ଷ ପରେ ଫେରିଲା

ବାରିପଦା (ମାନିକ୍ ଲାଲ୍ ପାଣି): ୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧିର ବିଧାନ ଥିଲା ଅଲଗା। ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebookରେ ଦେଖିଲେ। ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ। ଆଉ ଘରେ ପହଞ୍ଚି ମା’କୁ ଦେଖିବା ପରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। […]

ସବୁ ଭାବିଥିଲେ ମରିଯାଇଛି, ୨୦ ବର୍ଷ ପରେ ଫେରିଲା

baripada

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧିର ବିଧାନ ଥିଲା ଅଲଗା। ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebookରେ ଦେଖିଲେ। ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ। ଆଉ ଘରେ ପହଞ୍ଚି ମା’କୁ ଦେଖିବା ପରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଏମିତି କିଛି ଦେଖିବାକୁ ମିଳିଛି ବାରିପଦା ଜିଲ୍ଲା ବାଘଡ଼ାରୋଡ ଅଞ୍ଚଳରେ।

Advertisment

ବାଘଡ଼ାରୋଡ ଅଞ୍ଚଳରେ ସୁଲୋଚନା ଚୌହାନଙ୍କ ପୁଅ ଅମରଜିତ ଚୌହାନ ୧୭ ବର୍ଷର ହୋଇଥିବା ବେଳେ ଘରର ଅଭାବକୁ ନେଇ ଅସନ୍ତୋଷ ହୋଇ ପଡ଼ିଥିଲେ। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସେ ଘର ଛାଡ଼ି ପଳାଇଥିଲେ। ଏହାରି ଭିତରେ ଅମରଜିତଙ୍କ ଘରୁ ଯିବାର ୨୦ବର୍ଷ ବିତିଯାଇଥିଲେ ହେଁ ତାଙ୍କର କୌଣସି ଖୋଜ ଖବର ନଥିଲା। ଏପରିକି ସାଙ୍ଗ ସାଥି ବନ୍ଧୁ ବାନ୍ଧବ ପରିବାରବର୍ଗ ସମସ୍ତେ ଅମରଜିତଙ୍କ ଫେରିବା ଆଶା ମଧ୍ୟ ଛାଡି ଦେଇଥିଲେ।

ଏହାରି ଭିତରେ ଅମରଜିତ ନିଜକୁ ସଫଳ କରିବା ପାଇଁ ମହାରାଷ୍ଟ୍ର, ଗୁଜରାଟ ପରି ଅନେକ ରାଜ୍ୟ ବୁଲି କେଉଁଠି ସିକ୍ୟୁରିଟି ଗାର୍ଡ ତ କେଉଠି ଗ୍ୟାରେଜ ମେକାନିକ ଭାବେ କାର୍ଯ୍ୟ କରିଥିଲେ। ହେଲେ ଏବେ ସେ ଜଣେ ସଫଳ youtuber ସହ ଜଣେ tour and travells ବ୍ୟବସାୟୀ ଭାବେ ନିଜକୁ ପରିଚିତ କରାଇଛନ୍ତି।

Advertisment

ଏ ନେଇ ଅମରଜିତ୍ କହିଛନ୍ତି, ଘରୁ ମୁଁ ୫୦୦-୧୦୦୦ ଟଙ୍କା ନେଇ ଯାଇଥିଲି। ମୋ ପକ୍ଷେ ଚଳିବା ବହୁତ କଷ୍ଟକର ଥିଲା। ବାହାରେ କାମ ଦେବା ପାଇଁ କେହି ରାଜି ନଥିଲେ। କିନ୍ତୁ ଧୀରେ ଧୀରେ ମୋତେ କାମ ମିଳିଲା। ଆଉ ଏବେ ମୁଁ ନିଜେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି। ଦିନରେ ଘରେ ପାଖରେ ମୋ ଜଣେ ସମ୍ପର୍କୀୟ ଭାଇଙ୍କ ନମ୍ବର ମୁଁ ଫେସବୁକ୍ ମାଧ୍ୟମରେ ପାଇଲି। ସେହି ନମ୍ବରରେ ଫୋନ୍ କରି ମୁଁ ଘର ଲୋକଙ୍କ ଖବର ପାଇଥିଲି ଏବଂ ଏବେ ମୁଁ ମୋ ଜନ୍ମସ୍ଥାନକୁ ଫେରିପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe