Advertisment

୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଏସ୍‌ଆଇଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କୋର୍ଟ ଏସଆଇଙ୍କ ଜାମିନ ଆବେଦନକୁ ଖାରଜ କରି ଦେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Sachidananda Kisan

Sachidananda Kisan

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣେ ପୁଲିସ୍ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତା’ସହିତ ତାଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏସ୍‌ଆଇ ଜଣଙ୍କ ହେଲେ ସଚ୍ଚିଦାନନ୍ଦ କିସାନ।

Advertisment

୨୦୧୮ ମସିହାରେ ସଚ୍ଚିଦାନନ୍ଦ ବାରିପଦା ଟାଉନ୍ ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ଯୌତୁକ ନିର୍ଯାତନା ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ। ପରେ ସେହି ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା କୋହଳ କରି ଦେବା ପାଇଁ ତଥା ଉକ୍ତ ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ଖସାଇ ଦେବା ପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଅଭିଯୁକ୍ତଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଆଜି କୋର୍ଟ ଏସଆଇ ସଚ୍ଚିଦାନନ୍ଦ କିସାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Advertisment
Odisha Vigilance Vigilance Net Vigilance