ବାରିପଦା (ମାନିକ୍ ଲାଲ୍ ପାଣି): ବାରିପଦା ଦେଉଳ ସାହି ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ଭର୍ତ୍ତି କରାଇଥିଲେ।
ତେବେ ଉଭୟ ଗର୍ଭସ୍ଥ ଶିଶୁ ଓ ମା' ସୁସ୍ଥ ଥିବା ବେଳେ ପ୍ରଥମେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ। ଯାହା ପରେ ଡାକ୍ତର କିଛି ଔଷଧ ଏବଂ ଇଞ୍ଜେକସନ ମହିଳାଙ୍କୁ ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଦର୍ଶାଇ ପରିବାର ଲୋକ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ନସିଂହୋମ୍ ପରିସରରେ ପରିବାର ବର୍ଗ ଭିଡ଼ କରି ହୋହାଲ୍ଲା କରିଥିବା ବେଳେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ। ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ବ୍ୟବସ୍ଥା କରିଥିବା ବେଳେ ଡାକ୍ତର ଏବଂ ନର୍ସିଂହୋମ ନାମରେ ଏକ ମାମଲା ରୁଜୁ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍, ଜଣେ ମୃତ
ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା।
Crime
ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା।

Human Intrest
ସ୍ବପ୍ନରେ ଆସିଥିଲେ କାଳିଆ, ଦାନ କରିଦେଲେ ନିଜର ଘରଡିହ
କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ।