Advertisment

ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା (ମାନିକ୍ ଲାଲ୍ ପାଣି): ବାରିପଦା ଦେଉଳ ସାହି ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ଭର୍ତ୍ତି କରାଇଥିଲେ। ତେବେ ଉଭୟ ଗର୍ଭସ୍ଥ ଶିଶୁ ଓ ମା’ ସୁସ୍ଥ ଥିବା ବେଳେ ପ୍ରଥମେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ। ଯାହା ପରେ ଡାକ୍ତର କିଛି ଔଷଧ ଏବଂ ଇଞ୍ଜେକସନ ମହିଳାଙ୍କୁ […]

author-image
Ranjit Kumar Jena
ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

baripada

ବାରିପଦା (ମାନିକ୍ ଲାଲ୍ ପାଣି): ବାରିପଦା ଦେଉଳ ସାହି ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ଭର୍ତ୍ତି କରାଇଥିଲେ।

Advertisment

ତେବେ ଉଭୟ ଗର୍ଭସ୍ଥ ଶିଶୁ ଓ ମା' ସୁସ୍ଥ ଥିବା ବେଳେ ପ୍ରଥମେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ। ଯାହା ପରେ ଡାକ୍ତର କିଛି ଔଷଧ ଏବଂ ଇଞ୍ଜେକସନ ମହିଳାଙ୍କୁ ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଦର୍ଶାଇ ପରିବାର ଲୋକ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନସିଂହୋମ୍ ପରିସରରେ ପରିବାର ବର୍ଗ ଭିଡ଼ କରି ହୋହାଲ୍ଲା କରିଥିବା ବେଳେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ। ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ବ୍ୟବସ୍ଥା କରିଥିବା ବେଳେ ଡାକ୍ତର ଏବଂ ନର୍ସିଂହୋମ ନାମରେ ଏକ ମାମଲା ରୁଜୁ କରିଛି।

Advertisment