ବାରିପଦା (ମାଣିକ ଲାଲ୍ ପାଣି): ଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅଶୋନବଣି ଗାଁରେ।ଆଜି ଗାଁ ମୁଣ୍ଡ ପୋଖରୀରେ ଏକ ମୃତ ଦେହ ଦେଖି ଲୋକେ ପାଣି ଭିତରୁ ଉଦ୍ଧାର କରିଥିଲେ । ମୃତ ଯୁବକ ହେଲେ ପାଖ ଗାଁ ଶାଳବଣିର ଏକାଦଶୀ ବେହେରା(୨୧) । ଏକାଦଶୀ ଗତ କାଲି ରାତିରେ ଭୋଜି ଅଛି କହି ଘରୁ ଆସିଥିଲେ। ଆଜି ତାଙ୍କ ମୃତ ଦେହ ପୋଖରୀରୁ ମିଳିବା ପରେ ଗାଁ ରେ ଉତ୍ତେଜନା ଦେଖାଦେଇଛି । ଏକାଦଶୀଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍, ଜଣେ ମୃତ
ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା।
Crime
ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା।

Human Intrest
ସ୍ବପ୍ନରେ ଆସିଥିଲେ କାଳିଆ, ଦାନ କରିଦେଲେ ନିଜର ଘରଡିହ
କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ।