Advertisment

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାରିପଦା (ମାଣିକ ଲାଲ୍ ପାଣି): ଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅଶୋନବଣି ଗାଁରେ।ଆଜି ଗାଁ ମୁଣ୍ଡ ପୋଖରୀରେ ଏକ ମୃତ ଦେହ ଦେଖି ଲୋକେ ପାଣି ଭିତରୁ ଉଦ୍ଧାର କରିଥିଲେ । ମୃତ ଯୁବକ ହେଲେ ପାଖ ଗାଁ ଶାଳବଣିର ଏକାଦଶୀ ବେହେରା(୨୧) । ଏକାଦଶୀ ଗତ କାଲି ରାତିରେ ଭୋଜି ଅଛି […]

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

700

Advertisment

ବାରିପଦା (ମାଣିକ ଲାଲ୍ ପାଣି): ଗାଁ ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅଶୋନବଣି ଗାଁରେ।ଆଜି ଗାଁ ମୁଣ୍ଡ ପୋଖରୀରେ ଏକ ମୃତ ଦେହ ଦେଖି ଲୋକେ ପାଣି ଭିତରୁ ଉଦ୍ଧାର କରିଥିଲେ । ମୃତ ଯୁବକ ହେଲେ ପାଖ ଗାଁ ଶାଳବଣିର ଏକାଦଶୀ ବେହେରା(୨୧) । ଏକାଦଶୀ ଗତ କାଲି ରାତିରେ ଭୋଜି ଅଛି କହି ଘରୁ ଆସିଥିଲେ। ଆଜି ତାଙ୍କ ମୃତ ଦେହ ପୋଖରୀରୁ ମିଳିବା ପରେ ଗାଁ ରେ ଉତ୍ତେଜନା ଦେଖାଦେଇଛି । ଏକାଦଶୀଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe