ଯନ୍ତ୍ରୀଙ୍କୁ ଘୁଷୁରୀ ହାଡ଼ର ମାଳ ପିନ୍ଧାଇବାକୁ ପୂର୍ତ୍ତ ବିଭାଗ ଅଫିସ୍‌ରେ ପଶିଲେ ପୂର୍ବତନ ସାଂସଦ

ତାଙ୍କ ରାଗ ଦେଖି ଗାଡ଼ିରେ ଆସୁଥିବା ଯନ୍ତ୍ରୀ ଛାନିଆ ହୋଇ ଅଫିସ୍ ଗେଟ୍‌ ଆଗରୁ ପଳାଇଥିବା ବେଳେ ମୁଖ୍ୟ କିରାଣୀ ଝାଳନାଳ ହୋଇଛନ୍ତି।

former MP Lakshman tudu PhotoOR

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ

Niranjan Mishra
  • Published: Thursday, 22 June 2023
  • Updated: 22 June 2023, 06:01 PM IST

Sports

Latest News

ରାଗି ନିଆଁବାଣ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ପୂର୍ତ୍ତ ବିଭାଗ ଅଫିସ୍‌ରେ ଯନ୍ତ୍ରୀଙ୍କୁ ପିନ୍ଧାଇବାକୁ ଧରି ପହଞ୍ଚିଲେ ଘୁଷୁରୀ ହାଡ଼ର ମାଳ। ତାଙ୍କ ରାଗ ଦେଖି ଗାଡ଼ିରେ ଆସୁଥିବା ଯନ୍ତ୍ରୀ ଛାନିଆ ହୋଇ ଅଫିସ୍ ଗେଟ୍‌ ଆଗରୁ ପଳାଇଥିବା ବେଳେ ମୁଖ୍ୟ କିରାଣୀ ଝାଳନାଳ ହୋଇଛନ୍ତି। ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଆଜି ଏହି ଘଟଣା ଦେଖିବାକୁ ମିଳିଥିଲା।

କେହିକିଛି ବୁଝିବା ପୂର୍ବରୁ ଶ୍ରୀ ଟୁଡୁ ଗୋଟିଏ ହାତରେ ଫୁଲମାଳ ଓ ଅନ୍ୟହାତରେ ଘୁଷୁରୀ ହାଡ଼ର ମାଳ ଧରି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଭିତରେ ପଶିଥିଲେ। ସେ ପରମ୍ପରିକ ବେଶ ପୋଷାକରେ ଥିଲେ। ହାତରେ ଏକ ରୁଲ୍‌ ବାଡ଼ି ମଧ୍ୟ ଧରିଥିଲେ। ସାଙ୍ଗରେ ଥିବା ତାଙ୍କ ସହଯୋଗୀମାନେ ମଧ୍ୟ ଘୁଷୁରୀ ହାଡ଼ ମାଳ ନେଇ ଆସିଥିଲେ।

Also Read

ଶ୍ରୀ ଟୁଡ଼ୁ କାର୍ଯ୍ୟାଳୟରେ ପଶିବା ବେଳେ ରାଗରେ ତମତମ ହୋଇ ଜେଇଙ୍କୁ ଖୋଜିଥିଲେ। ନପାଇବାରୁ ମୁଖ୍ୟ କିରାଣୀଙ୍କୁ ଖୋଜିଥିଲେ। ଜେଇ କୁଆଡ଼େ ଗଲେ ପଚାରିବା ସହ ତାଙ୍କୁ ଡାକିବାକୁ କହିଥିଲେ। ତାଙ୍କ ଫୋନ୍‌କୁ ଜେଇ କାଟିଦେବା ସହ ଏସ୍‌ଏମ୍‌ଏସ୍‌ର ଉତ୍ତର ଦେଉନଥିବା କିରାଣୀକୁ ଜଣାଇଥିଲେ। ତାଙ୍କର ଏଭଳି ରାଗ ଦେଖି ମୁଖ୍ୟ କିରାଣୀ ଚେୟାର ଛାଡ଼ି ଶ୍ରୀ ଟୁଡୁଙ୍କୁ ବସିବାକୁ କହିଥିଲେ ଓ ଜେଇଙ୍କୁ ଫୋନ୍‌ କରି ଅଫିସ୍‌ର ସ୍ଥିତି ଜଣାଇଥିଲେ।

ସେପଟେ ବହୁ ସମୟ ଅପେକ୍ଷା କରିଥିଲେ ହେଁ ସ୍ଥିତି ଜାଣିବା ପରେ ଜେଇ ଅଫିସ୍‌ ଆସି ନ ଥିଲେ। ଜେଇ କେଉଁଠି କିରାଣୀ ମଧ୍ୟ ସ୍ପଷ୍ଟ କହିନଥିଲେ।

ଶ୍ରୀ ଟୁଡ଼ୁ ରାଗରେ ତମତମ ହୋଇ ପ୍ରାୟ ଅଧ ଘଣ୍ଟା ଧରି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ଅଫିସ୍‌ର ଦୁର୍ନୀତି ଚଳିବ ନାହିଁ ବୋଲି ନାରାବାଜି କରିଥିଲେ। ତାଙ୍କର ଏହି ରୂପ ଦେଖି କାର୍ଯ୍ୟାଳୟ ଭିତରୁ ସମସ୍ତ କର୍ମଚାରୀ ବାହାରକୁ ବାହାରି ଆସିଥିଲେ। ଠିକାଦାର ଓ ଦେଖଣାହାରୀମାନଙ୍କ ଭିଡ଼ ଅଫିସ୍‌ ଭିତରେ ଜମିଥିଲା। ଲକ୍ଷ୍ମଣ ଟୁଡୁଙ୍କ ଆଜି ଏହିଭଳି ଅଭିନବ ପ୍ରତିବାଦ ଦେଖି ଜଣେ ଯନ୍ତ୍ରୀ କାର୍ଯ୍ୟାଳୟକୁ ଆସୁଥିବା ବେଳେ ସମ୍ମୁଖରୁ ଗାଡି ବୁଲାଇ ପଳାଇଥିଲେ।

ଏଭଳି ବେଶପୋଷାକ ସହ ଘୁଷୁରୀ ହାଡ଼ର ମାଳ ଧରି କାହିଁକି ଆସିଛନ୍ତି ବୋଲି ସାମ୍ୱାଦିକମାନେ ପ୍ରଶ୍ନ କରିବାକୁ ଶ୍ରୀଟୁଡୁ କହିଛନ୍ତି, ମୟୂରଭଞ୍ଜର ଠିକାଦାରଙ୍କ ସହ ଅନ୍ୟାୟ କରାଯାଉଛି ଓ ଏହି ଜିଲ୍ଲାର ସ୍ୱାଭିମାନ ପ୍ରତି ଆଞ୍ଚ ଆସିଛି। ଏଠାରେ ଦୁର୍ନୀତି ଚାଲିଛି। ତେଣୁ ଜେଇଙ୍କୁ ସେ ପ୍ରଶ୍ନ କରିବେ, ଏହାର ଠିକ୍‌ ଉତ୍ତର ମିଳିଲେ ଫୁଲ ମାଳ ଦିଆଯିବ। ନଚେତ୍ ଆଦିବାସୀମାନେ ଯେପରି ଦୋଷୀକୁ ଘୁଷୁରୀ ହାଡ଼ର ମାଳ ପିନ୍ଧାଇଥାନ୍ତି, ସେହିପରି କରାଯିବ। ଏଠାରେ କାମ କରୁଥିବା ସମସ୍ତ ଜେଇ ବାଲେଶ୍ୱର ଜିଲ୍ଲାର, ଏସ୍‌ଡିଓ ବାଲେଶ୍ୱର ଜିଲ୍ଲାର, ଠିକା କାମ ପାଉଥିବା ସମସ୍ତ ଠିକାଦାର ବାହାର ଜିଲ୍ଲାର। ତେବେ ମୟୂରଭଞ୍ଜର ଠିକାଦାର କିପରି ପେଟ ପୋଷିବେ, ତାହାର ଉତ୍ତର ଆଜି ଯନ୍ତ୍ରୀଙ୍କୁ ଦେବାକୁ ପଡ଼ିବ। ତାଙ୍କ ନାମରେ କାହିଁକି ଅପପ୍ରଚାର କରାଯାଉଛି, ତାହାର ଉତ୍ତର ଦେବାକୁ ପଡ଼ିବ। ମୟୂରଭଞ୍ଜର କିଛି ଲୋକ ନିଜକୁ ବାଘ, ସିଂହ, ଅହିରାଜ ବୋଲି ଆତ୍ମଘୋଷିତ କରୁଛନ୍ତି। ସେମାନେ ଭାବିବା ଉଚିତ୍ ଲକ୍ଷ୍ମଣ ଟୁଡ଼ୁ ବିଷ ନଥିଲେ ବି ଅଜଗର ଟାଏ ଓ ତାଙ୍କୁ କେତେବେଳେ କି ଗିଳିଦେଇପାରେ।

ସେପଟେ ଜଣାପଡ଼ିଛି ଏକ ରାସ୍ତା କାମରେ ଚାନ୍ଦା ଆଦାୟ ଅପପ୍ରଚାରକୁ ନେଇ ଶ୍ରୀ ଟୁଡ଼ୁ ଏପରି ଖଡ୍‌ଗ ହସ୍ତ ହୋଇଛନ୍ତି।

ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ଏନେଇ ପଚାରିବାରେ ସେ ଅଫିସ୍‌ରେ ନ ଥିବାରୁ କ’ଣ ହୋଇଛି ତାହାର ତଦନ୍ତ କରି ୩ଦିନ ପରେ କହିବେ ବୋଲି କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story