Advertisment

ଘାଟିରେ ଜଗିଛି ଯମ !

ବାରିପଦା(ମାଣିକଲାଲ ପାଣି): ମୟୁରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା  ଘାଟି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସାତ ବର୍ଷ ରେ ୫୨ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଶସ୍ତିକରଣ ପାଇଁ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପାହାଡ଼ କାଟି ରାସ୍ତା କେବେ ଯେ, ଚଉଡ଼ା ହେବ ତାହା ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି।  ଏହି ଘାଟିର  ଶହେ […]

author-image
Tapas Behera
ଅଦ୍ୟତନ ହୋଇଛି
ଘାଟିରେ ଜଗିଛି ଯମ !

ghat

ବାରିପଦା(ମାଣିକଲାଲ ପାଣି): ମୟୁରଭଞ୍ଜ ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା  ଘାଟି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସାତ ବର୍ଷ ରେ ୫୨ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଶସ୍ତିକରଣ ପାଇଁ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପାହାଡ଼ କାଟି ରାସ୍ତା କେବେ ଯେ, ଚଉଡ଼ା ହେବ ତାହା ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି।  ଏହି ଘାଟିର  ଶହେ ଫୁଟ ରାସ୍ତା ତଳକୁ ମାଲ ବୋଝେଇ ଟ୍ରକ , ଜିପ୍ ଓ  ବୋଲେରୋ ଆଦି ଖସିପଡ଼ିଥିବା ଦେଖିବାକୁ ମିଳୁଛି।

Advertisment

ଏମିତି  ଛୋଟ ବଡ଼ ଦୁର୍ଟଘଣା ବାଙ୍ଗିରିପୋଷି ଘାଟିରେ ଏବେ ନିତିଦିନିଆ ଘଟଣା ହୋଇ ଗଲାଣି । ଯାହା ପାଇଁ ରାସ୍ତାର ପ୍ରତି କୋଣରେ ସାବଧାନ ଏହା ଦୁର୍ଟଘଣା ପ୍ରବଣ ଇଲାକା ବୋଲି ଉଲ୍ଲେଖ ରହିଛି। ଆଉ ଏହି ଠାରୁ ଅନୁମାନ କରାଯାଇପାରେ ବାଙ୍ଗିରିପୋଷି ଘାଟି କେତେ ଯେ ବିପଦପୂର୍ଣ୍ଣ।   ଏହି ରାସ୍ତା ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯୋଡୁ ଥିବା ବେଳେ ଏହି ରାସ୍ତା ଦେଇ ମୁମ୍ବାଇ କଲିକତାକୁ  ପ୍ରତିଦିନ ହଜାର ହଜାର ଦୁଇ ଚକିଆଠୁ ଭାରିଯାନ ଚଳପ୍ରଚଳ କରିଥାଏ ।

ବାଙ୍ଗିରିପୋଷି ଘାଟି ଜାତୀୟ ରାଜପଥର ଆଠ କିଲୋମିଟର ରାସ୍ତା ଶିମିଳିପାଳ ଅଭୟାରଣ୍ୟର କିଛି ଅଂଶ ରେ ଯାଉଛି । ଘାଟିର ଉପର ଏବଂ ତଳ ମୁଣ୍ଡରେ ରାସ୍ତା ପ୍ରଶସ୍ତିକରଣ ହୋଇ ସାରିଥିବା ବେଳେ ଏହି ଅଙ୍କା ବଙ୍କା ପାହାଡି ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଆନ୍ଦୋଳନ , ରାସ୍ତା ରୋକ ଏବଂ ପ୍ରଶାସନିକ ସ୍ତରରେ ବୈଠକ ପରେ ବୈଠକ ହୋଇଛି । ହେଲେ  ଫଳ ଶୂନ । ସୂଚନା ଅନୁସାରେ ଗତ ୭ ବର୍ଷରେ ହଜାରେରୁ ଅଧିକ ଦୁର୍ଘଟଣା ହୋଇଥିବା ବେଳେ ୫୨ ଲୋକଙ୍କ ମୃତ୍ୟୁ ୧୨୮ ଗାଡ଼ି ନଷ୍ଟହୋଇଛି । ଅନେକ ଛୋଟ ମାମଲା ଥାନା କୁ ଆସି ନାହିଁ ।

Advertisment
Odisha News