Advertisment

ମୋବାଇଲରେ କଥା ହେଉଥିବା ଦେଖି ସ୍ତ୍ରୀକୁ ହାଣିଲା, ପରେ ବିଷ ପିଇଦେଲା ସ୍ୱାମୀ

ଏହି ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।

 husband attack his wife

husband attack his wife

Advertisment

ମୋବାଇଲରେ କଥା ହେଉଥିବା ଦେଖିବା ପରେ ରାଗିଯାଇ ସ୍ତ୍ରୀକୁ ହାଣିବା ପରେ ବିଷ ପିଇଲା ସ୍ୱାମୀ। ଏହି ଘଟଣାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଛେଳିଆବି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଏହି ଗ୍ରାମର ୫୮ ବର୍ଷିୟ ପ୍ରଶାନ୍ତ ବେହେରା।

Advertisment

ସୂଚନା ମୁତାବକ, ଘରେ ସ୍ତ୍ରୀ ମିନତି ବେହେରା ମୋବାଇଲରେ କଥା ହେଉଥିବା ଦେଖି ପ୍ରଶାନ୍ତ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ସେ ନିଜ ପୁଅକୁ ଖୋଜିଥିଲେ। ପୁଅ ମଧ୍ୟ ଅନ୍ୟ ଏକ ରୁମରେ ମୋବାଇଲରେ କଥା ହେଉଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ସେ ତାଙ୍କ ସ୍ତ୍ରୀ ସହ ଯୁକ୍ତିତର୍କ କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ କଟୁରୀରେ ହାଣି ଦେଇଥିଲେ। ଏହା ଦେଖି ପୁଅ ପାଟି କରିବାରୁ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଗୁରୁତର ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ସାହି ଡାକ୍ତରଖାନା ଏବଂ ପରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଏହି ଘଟଣା ପରେ ମାନସୀକ ଭାରସାମ୍ୟ ହରାଇ ପ୍ରଶାନ୍ତ ବିଷ ଖାଇ ଦେଇଥିଲେ। ସେ ଘର ଚଟାଣରେ ନିସ୍ତେଜ ହୋଇ ପଡ଼ିଥିବା ଓ ତାଙ୍କ ମୁହଁରୁ ଫେଣ ବାହାରୁ ଥିବା ପଡ଼ୋଶୀ ଲୋକେ ଦେଖିଥିଲେ। ତୁରନ୍ତ ତାଙ୍କୁ ବଡ଼ସାହି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଅଧିକାଂଶ ସମୟ ଏହି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିବା ଦେଖିବାକୁ ମିଳୁଥିଲା। ଆଜି ହଠାତ୍ ଏଭଳି ଦୁଃଖଦ ଘଟଣା ଘଟିଛି। ସେପଟେ ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

Husband-wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe