କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରୁ ୫ କିମି ଦୂର ଠାକୁରମୁଣ୍ଡା -କରଞ୍ଜିଆ ନଂ୫୩ ରାଜ୍ୟ ରାଜପଥ ରାସ୍ତାର ଚାଇଁବାଇସି ନିକଟରେ ସୋମବାର ମଧ୍ୟାହ୍ନରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଆଳିକଟା ଗ୍ରାମର ମୁକୁନ୍ଦରଞ୍ଜନ ତିୟୁ (୨୫) ବୋଲି ଜଣାପଡିଛି।
ମୁକୁନ୍ଦ ନିଜ ବାଇକ ଓଡ଼ି ୦୪ ୩୧୨୫ ଯୋଗେ ମେଡ଼ିକାଲ କାମରେ କରଞ୍ଜିଆ ଯାଉଥିବା ସମୟରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଗାଡି ଧକ୍କାରେ ତାଙ୍କର ମୁଣ୍ଡ ସମ୍ପୂର୍ଣ୍ଣ ଫାଟିଯାଇ ଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଛି।ମୃତକ ମୁକୁନ୍ଦ କୃଷି ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ କାର୍ଯ୍ୟ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍, ଜଣେ ମୃତ
ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ଟି ଓଲଟି ପଡ଼ିଥିଲା।
Crime
ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା।

Human Intrest
ସ୍ବପ୍ନରେ ଆସିଥିଲେ କାଳିଆ, ଦାନ କରିଦେଲେ ନିଜର ଘରଡିହ
କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ।