Advertisment

ଗାଡି ଧକ୍କାରେ ବାଇକ ଚାଳକ ମୃତ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ଠାରୁ ୫ କିମି ଦୂର ଠାକୁରମୁଣ୍ଡା -କରଞ୍ଜିଆ ନଂ୫୩ ରାଜ୍ୟ ରାଜପଥ ରାସ୍ତାର ଚାଇଁବାଇସି ନିକଟରେ ସୋମବାର ମଧ୍ୟାହ୍ନରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଆଳିକଟା ଗ୍ରାମର ମୁକୁନ୍ଦରଞ୍ଜନ ତିୟୁ (୨୫) ବୋଲି ଜଣାପଡିଛି। ମୁକୁନ୍ଦ ନିଜ ବାଇକ ଓଡ଼ି ୦୪ ୩୧୨୫  ଯୋଗେ ମେଡ଼ିକାଲ କାମରେ କରଞ୍ଜିଆ ଯାଉଥିବା ସମୟରେ […]

ଗାଡି ଧକ୍କାରେ ବାଇକ ଚାଳକ ମୃତ

accident

Advertisment

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ଠାରୁ ୫ କିମି ଦୂର ଠାକୁରମୁଣ୍ଡା -କରଞ୍ଜିଆ ନଂ୫୩ ରାଜ୍ୟ ରାଜପଥ ରାସ୍ତାର ଚାଇଁବାଇସି ନିକଟରେ ସୋମବାର ମଧ୍ୟାହ୍ନରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଆଳିକଟା ଗ୍ରାମର ମୁକୁନ୍ଦରଞ୍ଜନ ତିୟୁ (୨୫) ବୋଲି ଜଣାପଡିଛି।

Advertisment

ମୁକୁନ୍ଦ ନିଜ ବାଇକ ଓଡ଼ି ୦୪ ୩୧୨୫  ଯୋଗେ ମେଡ଼ିକାଲ କାମରେ କରଞ୍ଜିଆ ଯାଉଥିବା ସମୟରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଗାଡି ଧକ୍କାରେ ତାଙ୍କର ମୁଣ୍ଡ ସମ୍ପୂର୍ଣ୍ଣ ଫାଟିଯାଇ ଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଛି।ମୃତକ ମୁକୁନ୍ଦ କୃଷି ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ କାର୍ଯ୍ୟ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe