Advertisment

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

କରଞ୍ଜିଆ(ଦୀପକ କୁମାର ମହନ୍ତ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡିହା ଗ୍ରାମପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ପ୍ରକାଶ ଯେ, ଆଜି  ସକାଳେ ଗ୍ରାମର ସାକ୍ଷୀ ମହାନ୍ତ(୮୧) ନାମ୍ନୀ ଜଣେ ମହିଳା ଶୌଚ ପାଇଁ ଘର ବାଡ଼ି ପଛ ପଟକୁ ଯାଇଥିବା ସମୟରେ […]

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

bear-1

Advertisment

କରଞ୍ଜିଆ(ଦୀପକ କୁମାର ମହନ୍ତ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡିହା ଗ୍ରାମପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।

Advertisment

ପ୍ରକାଶ ଯେ, ଆଜି  ସକାଳେ ଗ୍ରାମର ସାକ୍ଷୀ ମହାନ୍ତ(୮୧) ନାମ୍ନୀ ଜଣେ ମହିଳା ଶୌଚ ପାଇଁ ଘର ବାଡ଼ି ପଛ ପଟକୁ ଯାଇଥିବା ସମୟରେ  ଦୁଇଟି ଭାଲୁ  ହାବୁଡ଼ରେ ପଡ଼ିଯାଇଥିଲେ।  ବୃଦ୍ଧା ଜଣଙ୍କ ଖସିବାପାଇଁ  ଚେଷ୍ଟା କଲା ବେଳେ ଭାଲୁ ସମ୍ମୁଖରେ ପଡିଯାଇଥିଲେ। ଫଳରେ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଚିତ୍କାର କରିଥିଲେ।

ଚିତ୍କାର  ଶୁଣି ପରିବାର ଲୋକେ ସେଠାକୁ ଦୌଡ଼ି ଯିବାରୁ ଭାଲୁ ଦୁଇଟି ନିକଟ ଜଙ୍ଗଲକୁ ପଳାଇ ଯାଇଥିଲେ। ଆକ୍ରମଣରେ ଶିକାର ବୃଦ୍ଧାଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେଚିକିତ୍ସା ନିମତେ  ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ଡାହାଣ ଗୋଡ ଜଙ୍ଘରେ ଭାଲୁ କାମୁଡି ଗଭୀର କ୍ଷତ କରିଦେଇଥିବାରୁ ଅତ୍ୟଧିକ ରକ୍ତଶ୍ରାବ  ହୋଇଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe