Advertisment

ସ୍କୁଲ ନିର୍ମାଣ କାମର ମଜୁରୀ ଦେଲେନି, ୫ ଯନ୍ତ୍ରୀଙ୍କୁ ଘରେ ପୂରା ତାଲା ଠୁଙ୍କିଦେଲେ ଶ୍ରମିକ

ଆଜି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକର ଇନ୍ଦିପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।

author-image
Niranjan Mishra
ଅଦ୍ୟତନ ହୋଇଛି
workers locked the 5 engineer in the house

workers locked the 5 engineer in the house

ଶ୍ରମିକମାନେ ସରକାରୀ ସ୍କୁଲ ନିର୍ମାଣ କାମ କରୁଛନ୍ତି। ହେଲେ ସେମାନଙ୍କୁ ମଜୁରୀ ମିଳୁନି। ଏହାର ପ୍ରତିବାଦ କରି କାମ ତଦାରଖ ଦାୟିତ୍ୱରେ ଥିବା ୫ ଯନ୍ତ୍ରୀଙ୍କୁ ନିର୍ମାଣାଧୀନ ସ୍କୁଲ ଘରେ ପୂରାଇ ତାଲା ପକାଇ ଦେଲେ ଶ୍ରମିକମାନେ। ପ୍ରାପ୍ୟ ମିଳିବା ପରେ ସେମାନଙ୍କୁ ମୁକ୍ତ କରାଯିବ ବୋଲି ସେମାନେ ଦାବି ରଖିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକର ଇନ୍ଦିପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। 

Advertisment

ଏଠାରେ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲିଛି। ବିଦ୍ୟାଳୟ ନିର୍ମାଣ କରୁଥିବା ପ୍ରାୟ ୨୫ ଜଣ ଶ୍ରମିକ, ମିସ୍ତ୍ରୀ ଏବଂ ଭେଣ୍ଡର ପ୍ରଭୃତିଙ୍କୁ ଠିକ୍‌ ଭାବେ ମଜୁରୀ ଦିଆଯାଉନି। ସେମାନଙ୍କ ବକେୟାକୁ ଠିକାସଂସ୍ଥା ନଦେଇ ସମୟ ଗଡ଼ାଉଛି। ତେଣୁ ସେମାନେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଆସିଥିବା ଯନ୍ତ୍ରୀମାନଙ୍କୁ ଘରେ ପୂରାଇ ଅଟକ ରଖିଛନ୍ତି। ଅଟକ ଯନ୍ତ୍ରୀଙ୍କ ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ଜଣ ଯନ୍ତ୍ରୀ ଥିବା ବେଳେ ନିର୍ମାଣ କାମ ଦାୟିତ୍ୱ ନେଇଥିବା ସଂସ୍ଥାର ୨ ଜଣ ଯନ୍ତ୍ରୀ ଅଛନ୍ତି। 

ଖବର ପାଇ ରରୁଆଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ହେଲେ ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କ ଦାବିରେ ଅଟଳ ରହିଥିବାରୁ କୌଣସି ସମାଧାନ ହୋଇପାରିନି।

Advertisment
workers locked the 5 engineer in the houseଶ୍ରମିକମାନେ ୫ ଯନ୍ତ୍ରୀଙ୍କୁ ଏକ ଘରେ ପୂରାଇ ଅଟକ ରଖିଛନ୍ତି।

ବକେୟା ମଜୁରୀ ଦିଆଯିବ ବୋଲି ବାରମ୍ୱାର ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ଏହା ମିଳୁ ନ ଥିବାରୁ ସେମାନେ ଏପରି ଚରମ ପଦକ୍ଷେପ ନେଇଥିବା ଶ୍ରମିକମାନେ କହିଛନ୍ତି। ଏନେଇ ଅଟକ ଥିବା ଜଣେ ସରକାରୀ ଯନ୍ତ୍ରୀ କହିଛନ୍ତି, ଶ୍ରମିକମାନେ ନ୍ୟାୟ ପାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ସେମାନଙ୍କ ଦାବି ମଧ୍ୟ ନ୍ୟାୟ ସଙ୍ଗତ। ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ବକେୟା ଅର୍ଥ ଦେବାକୁ କୁହାଯାଇଛି।

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ

Protest School Contractual Workers Mayurbhanj