Advertisment

ଘରକୁ ଆସିଥିଲା ନୂଆ ବାଇକ୍, ବାହାରିଲା କୋବ୍ରା

କୋବ୍ରା ସାପଟିର ବୟସ ୪ ରୁ ୫ ବର୍ଷ ହୋଇଥିବା ବେଳେ ଏହାର ଲମ୍ବ ୪ ଫୁଟ ବୋଲି ଜଣାପଡ଼ିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bike

Bike

ନୂଆ ଆସିଥିବା ବାଇକର ହେଡ୍‌ ଲାଇଟ ଭିତରୁ ବାହାରିଲା ୪ଫୁଟର କୋବ୍ରା ସାପ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉରା ଗାଁରେ।

Advertisment

ଉରା ଗାଁରେ ଜଣେ ବ୍ୟକ୍ତି ଶୋ’ ରୁମ୍‌ରୁ ଏକ ନୂଆ ବାଇକ୍ କିଣିଥିଲେ। ପରେ ବାଇକ୍‌ଟି ଘରକୁ ଧରି ଆସିଥିଲେ। ବ୍ୟକ୍ତି ଜଣଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ନିଜ ନୂଆ ଗାଡ଼ି ଦେଖାଇଥିଲେ। ପରିବାର ସଦସ୍ୟ ମଧ୍ୟ ଗାଡ଼ିଟିକୁ ଦେଖି ଖୁସି ହୋଇଯାଇଥିଲେ। ହେଲେ ଗାଡ଼ିର ହେଡ୍‌ ଲାଇଟ ଭିତରୁ ଏକ ଅଜବ ଶବ୍ଦ ଶୁଭିଥିଲା। ସମସ୍ତେ ଏହି ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିବାର ଲୋକେ ଗାଡ଼ି ପାଖରୁ ଦେଖିବା ପରେ ସେ ଜାଣିବାକୁ ପାଇଥିଲେ ଯେ  ଗାଡି ହେଡ ଲାଇଟରୁ ଶବ୍ଦ ଶୁଭୁଛି। ପରେ ହେଡ୍‌ଲାଇଟ୍‌କୁ ଟେକି ଦେଖିଲା ବେଳକୁ ସେଠାରେ ଏକ ସାପ ଗୋଡ଼ାଇ ହୋଇ ରହିଛି।

ଯାହାକୁ ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସ୍ନେକ ହେଲ୍ପଲାଇନକୁ ଫୋନ କରି ଡାକିଥିଲେ। ସ୍ନେକ ହେଲ୍ପଲାଇନ ପହଞ୍ଚି କୋବ୍ରା ସାପକୁ ହେଡଲାଇଟ୍‌ରୁ ଉଦ୍ଧାର କରିଥିଲେ। କୋବ୍ରା ସାପଟିର ବୟସ ୪ ରୁ ୫ ବର୍ଷ ହୋଇଥିବା ବେଳେ ଏହାର ଲମ୍ବ ୪ ଫୁଟ ବୋଲି ଜଣାପଡ଼ିଛି। ସ୍ନେକ ହେଲ୍ପଲାଇନ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଥିଲେ।

Advertisment
Mayurbhanj