Advertisment

‘ଆମକୁ ମିଛ କହି ହୋଟେଲକୁ ଡାକି ଇସ୍ତଫା ପାଇଁ ପ୍ରବର୍ତ୍ତାଇଥିଲେ, ଆମେ ପଳାଇ ଆସିଲୁ’

ବାରିପଦା(ଓଡ଼ିଶା ରିପୋର୍ଟର): ମୟୁରଭଞ୍ଜ ବିଜେପିର ଘଡ଼ିକୁ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ  ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ୧୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଦଳକୁ ଫେରିଛନ୍ତି । ରବିବାର ଦଳକୁ ପାଞ୍ଚ ଜଣ ଫେରିଥିବା ବେଳେ ସୋମବାରକୁ ମିଶାଇ ମୋଟ ସାତ ଜଣ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]

ଅଦ୍ୟତନ ହୋଇଛି
‘ଆମକୁ ମିଛ କହି ହୋଟେଲକୁ ଡାକି ଇସ୍ତଫା ପାଇଁ ପ୍ରବର୍ତ୍ତାଇଥିଲେ, ଆମେ ପଳାଇ ଆସିଲୁ’

6hl1

Advertisment

ବାରିପଦା(ଓଡ଼ିଶା ରିପୋର୍ଟର): ମୟୁରଭଞ୍ଜବିଜେପିର ଘଡ଼ିକୁ ଘୋଡ଼ା ଛୁଟିଛି । ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ  ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ୧୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସଦସ୍ୟ ଦଳକୁ ଫେରିଛନ୍ତି । ରବିବାର ଦଳକୁ ପାଞ୍ଚ ଜଣ ଫେରିଥିବା ବେଳେ ସୋମବାରକୁ ମିଶାଇ ମୋଟ ସାତ ଜଣ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ସଦସ୍ୟମାନଙ୍କୁ କେହି ମିଥ୍ୟା କହି ହୋଟେଲକୁ ଡାକି ନେଇଥିଲେ ଏବଂ  ଦଳରୁ ଇସ୍ତଫା ଦେବାକୁ ଦସ୍ତଖତ କରାଇ ନେଇଥିଲେ ବୋଲି କହିଛନ୍ତି। ପୂର୍ବ ମନୋମାଳିନ୍ୟ ଆଉ ନାହିଁ ସେମାନେ ଦଳରେ ରହିବେ ବୋଲି କହିଛନ୍ତି । ଏ ନେଇ ବିଜେଡି ପ୍ରୋଲୋଭନ ଦେଖାଇ ଏପରି ଚକ୍ରାନ୍ତ କରୁଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ।

Advertisment

ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟ ଙ୍କ ମଧ୍ୟରୁ ସାତ ଜଣ ଦଳକୁ ଫେରିଥିବା ବେଳେ ଅନ୍ୟ ସାତ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ତଥା ବିଭିନ୍ନ ଆଡ଼ୁ ସେମାନଙ୍କୁ  ଧମକ ଦିଆ ଯାଉଥିବା ଦର୍ଶାଇ ମୟୁରଭଞ୍ଜ ଏସପିଙ୍କୁ ଭେଟି ଜଣାଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ପରିଷଦର ୫୯ ସଦସ୍ୟଙ୍କ ମଧ୍ୟରୁ ୪୮ଟି ବିଜେପି ହାତରେ ରହିଛି । ୧୫ ସଦସ୍ୟଙ୍କ ଇସ୍ତଫା ପରେ ୭ ଜଣ ପ୍ରତ୍ୟାବର୍ତ୍ତନ  ମୟୁରଭଞ୍ଜ ରାଜନୀତି ସରଗରମ ହୋଇଛି ।

State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe