Advertisment

୩୩ ଦିନ ବିତିଲା, ଝରାଫୁଲ ମୃତ୍ୟୁ ରହସ୍ୟରୁ ହଟୁନି ପରଦା

କରଞ୍ଜିଆ(ଦୀପକ କୁମାର ମହାନ୍ତ): ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୩୩ ଦିନ ବିତି ଯାଇଥିଲେ ମଧ୍ୟ ତାର ମୃତ୍ୟୁର ରହସ୍ୟ ଉନ୍ମଚନ କରିପାରିଲାନି ଯାଜପୁର କୁଆଖିଆ ପୁଲିସ। ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆସିଛି। ଅଭିଯୁକ୍ତକୁ ନେଇ ପୁଲିସ ସିନ୍‌ ରି-କ୍ରିଏସନ୍‌ ମଧ୍ୟ କରିଛି।  ତଥାପି କିପରି ଝରାଫୁଲର ମୃତ୍ୟୁ ହୋଇଛି ତାହା କୁଆଖିଆ ପୁଲିସ ଉନ୍ମଚନ କରି ପାରିନାହିଁ। ତେଣୁ  କୁଆଖିଆ ପୁଲିସ ଉପରେ ପରିବାରର ସନ୍ଦେହ ଦୃଢ଼ିଭୂତ ହେଉଛି। ମୃତ୍ୟୁର କାରଣ […]

୩୩ ଦିନ ବିତିଲା, ଝରାଫୁଲ ମୃତ୍ୟୁ ରହସ୍ୟରୁ ହଟୁନି ପରଦା

jharaphula1

Advertisment

କରଞ୍ଜିଆ(ଦୀପକ କୁମାର ମହାନ୍ତ): ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୩୩ ଦିନ ବିତି ଯାଇଥିଲେ ମଧ୍ୟ ତାର ମୃତ୍ୟୁର ରହସ୍ୟ ଉନ୍ମଚନ କରିପାରିଲାନି ଯାଜପୁର କୁଆଖିଆ ପୁଲିସ। ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆସିଛି। ଅଭିଯୁକ୍ତକୁ ନେଇ ପୁଲିସ ସିନ୍‌ ରି-କ୍ରିଏସନ୍‌ ମଧ୍ୟ କରିଛି।  ତଥାପି କିପରି ଝରାଫୁଲର ମୃତ୍ୟୁ ହୋଇଛି ତାହା କୁଆଖିଆ ପୁଲିସ ଉନ୍ମଚନ କରି ପାରିନାହିଁ।

Advertisment

ତେଣୁ  କୁଆଖିଆ ପୁଲିସ ଉପରେ ପରିବାରର ସନ୍ଦେହ ଦୃଢ଼ିଭୂତ ହେଉଛି। ମୃତ୍ୟୁର କାରଣ ପୁଲିସ ଚାପରେ ସାମ୍ନାକୁ ଆଣୁନି ନା ଆଉ କଣ କାରଣ ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ। ଆଜି  ୩୩ ଦିନ ପରେ ବି କାହିଁକି କୌଣସି ସୂଚନା ଦେଉନି ପୁଲିସ।

ଯଦି ଯାଜପୁର ପୁଲିସ କୌଣସି ଚାପରେ  ରହୁଛି ତେବେ  ଘଟଣାକୁ କମିଶନରେଟ ପୁଲିସକୁ ହସ୍ତାନ୍ତର କରୁନି କାହିଁକି ? ସେପଟେ ଆଜି  ଛାତ୍ରୀଙ୍କ ସମ୍ପ୍ରଦାୟର  ଲୋକେ ବୃନ୍ଦେଇପୋଷି ଗାଁକୁ ଆସି ପରିବାରକୁ  ଆଶ୍ୱସନା ଦେଇଛନ୍ତି। ଆଉ  ଘଟଣାର ସତ୍ୟାସତ୍ୟ ଉନ୍ମଚନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ  ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣା ପଡ଼ିଛି। ତେବେ ଦେଖିବାକୁ ବାକି ରହିଲା କେବେ ଯାଜପୁର ପୁଲିସ ଏଇ ବହୁ ପ୍ରତୀକ୍ଷିତ ଝରାଫୁଲ ମୃତ୍ୟୁର ରହସ୍ୟ  ଉନ୍ମୋଚନ କରୁଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe