Advertisment

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଦେଶର ଦ୍ୱିତୀୟ ଜୈବ ମଣ୍ଡଳ ଏବେ ବିପଦରେ।  ବର୍ତ୍ତମାନ ଏହି ଅଭୟାରଣ୍ୟ  ପଶୁ ଶିକାରୀଙ୍କ ନଜରରେ। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ଜବତ ସହିତ ୩ ଜଣ ପଶୁ ଶିକାରୀ ଗିରଫ କରାଯାଇଇଛି। ଗିରଫ ପଶୁ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ […]

author-image
Tapas Behera
ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

jio

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଦେଶର ଦ୍ୱିତୀୟ ଜୈବ ମଣ୍ଡଳ ଏବେ ବିପଦରେ।  ବର୍ତ୍ତମାନ ଏହି ଅଭୟାରଣ୍ୟ  ପଶୁ ଶିକାରୀଙ୍କ ନଜରରେ। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ଜବତ ସହିତ ୩ ଜଣ ପଶୁ ଶିକାରୀ ଗିରଫ କରାଯାଇଇଛି। ଗିରଫ ପଶୁ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନିର୍ବାଚିତ ପ୍ରତିନିଧି ଅଛିନ୍ତି ।

Advertisment

ଏମାନଙ୍କୁ ଧରିବା ପାଇଁ ଉତ୍ତର ଶିମିଳିପାଳ ର ACF ପ୍ରଦୀପ କୁମାର ଦେ ଏକ  ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଘଟଣାସ୍ଥଳରୁ  ୭ କିଲୋ କୁଟରା ମାଂସ, ଦୁଇଟି ଧନୁ,୪ଟି ଧନୁତିର,ଗୋଟିଏ କୁରାଢ଼ିଏବଂ ଗୋଟିଏ ପନକି ଜବତ କରାଯାଇଛି । ଏଥି ସହିତ ଚହଲା ରେଞ୍ଜ ଏରିଆରେ ପାଟ୍ରୋଲିଂ କରୁଥିବା ବେଳେ କୋର ଏରିଆରୁ କାଠ କାଟୁ ଥିବା  ସମୟରେ ୩ ଜଣ କାଠ ମାଫିଆକୁ ଧରିବାରେ ସଫଳ ହଇଛି ବନବିଭାଗ । ତାଙ୍କ ଠାରୁ ଧନୁ ତୀର , କୁରାଡ଼ି ସହିତ ଚିରା କାଠ ମଧ୍ୟ ଜବତ କରିଛି ବନବିଭାଗ ।

ଏବେ ଉତ୍ତର  ଶିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ କଡାକଡ଼ି କରା ଯାଉଥିବାରୁ ଶିକାରୀ ମାନେ ଧରାପଡୁଥିବା ଜଣା ଯାଇଛି ।ତେବେ ଏଇ ଅଭୟାରଣ୍ୟରେ ବିଭିନ୍ନ ସମୟରେ ଏପରି ଆବାଧ ଶିକାର କରୁଛନ୍ତି ଶିକାରୀ ।  ଯାହା ଫଳରେ ଏବେ ପଶୁ ସମ୍ପଦ ବିପଦରେ ।ତେଣୁ ଏଇ ଅଭୟାରଣ୍ୟ ସୁରକ୍ଷା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ପରିବେଶବିତ୍‌।

Advertisment