Accident
ଯାତ୍ରା ଦେଖି ଫେରିବା ବେଳେ ବାଇକ କେନାଲ ଭିତରକୁ ଖସି ପଡ଼ିବାରୁ ଏଥିରେ ସବାର ୩ ଜଣ ମୃତ୍ୟୁ ହୋଇଛି। ବାଇକ୍ରେ ସବାର ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଠାରେ ଆଜି ସନ୍ଧ୍ୟା ୭ଟାରେ ଏହି ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନି। ସେମାନେ କେନାଲରେ ମୃତାହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ସୂଚନା ମୁତାବକ, ଏହି ୪ ଜଣ ଏକ ବାଇକ ଯୋଗେ ହାତୀବାରି ଗ୍ରାମରୁ ଯାତ୍ରା ଦେଖି ଫେରୁଥିଲେ। ବାଇକ୍ ଭାରସାମ୍ୟ ହରାଇ ହାତୀବାରି ହୁଡ଼ିସାହି ନିକଟରେ ଥିବା ଦେଓ କେନାଲ ତଳକୁ ଖସି ପଡ଼ିଥିଲା। କେନାଲରେ ପାଣି ଥିବାରୁ ବୁଡି ଯାଇ ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି।
ଘଟଣାସ୍ଥଳରେ କରଞ୍ଜିଆ ପୁଲିସ ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1676218137.jpeg)