Advertisment

ମାରି ଦେଲେ କଲରାପତରିଆ ବାଘ, ଛାଲ ବିକ୍ରି ବେଳେ ୮ ଗିରଫ

ଶିକାରୀମାନେ ବାଘ ଛାଲକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିବାର ଯୋଜନା କରିଥିଲେ।

ଅଦ୍ୟତନ ହୋଇଛି
tiger skin

tiger skin

Advertisment

ମାରି ଦେଲେ କଲରାପତରିଆ ବାଘ। ବାଘ ଛାଲକୁ ବିକ୍ରି ବେଳେ ଧରିଲା ପୁଲିସ। ବାଘ ଛାଲ ବିକ୍ରି କରୁଥିବା ୮ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଆଜି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାତରା ନିକଟ ଏକ ଢାବାରୁ ଏମାନଙ୍କୁ ଧରିଛି। ବାଘ ଛାଲକୁ ଜବତ କରି ପୁଲିସ ଅଧିକ ତଦନ୍ତ ଚଳାଇଛି।

Advertisment

ପୁଲିସ କହିଛି, ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ବାଘ ଛାଲ ବିକ୍ରି ନେଇ ପୁଲିସକୁ ସୂଚନା ଦେଇଥିଲେ। ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବାଙ୍ଗିରିପୋଷି ଓ ଝରପୋଖୋରିଆ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର। ଏମାନେ ଶିମିଳିପାଳରୁ ବାଘ ଶିକାର କରି ଛାଲ ଆଣିଥିବା ମାନିଛନ୍ତି।

ସେପଟେ ବାଘ ଛାଲ ମିଳିବା ପରେ ପୁଣି ଶିମିଳିପାଳରେ କଲରାପତରିଆ ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ଏହି ଅଭୟାରଣ୍ୟ ଏବେ ଶିକାରୀଙ୍କ ଚରାଭୂଇଁ ପାଲଟିଥିବା ଜଳଜଳ ଦିଶିଛି। କାରଣ ମାସକ ମଧ୍ୟରେ ପୁନଶ୍ଚ ଏକ ବାଘ ଛାଲକୁ ବିକ୍ରି ବେଳେ ଜବତ କରାଯାଇଛି। ହେଲେ ଏହି ବାଘ ଶିକାର ଓ ଛାଲ ବିକ୍ରି ରାକେର୍ଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ପୁଲିସ ଚୁପ୍‌ ରହିଛି।

Advertisment

ରିପୋର୍ଟ ବାରିପଦାରୁ ମାଣିକଲାଲ ପାଣି

Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe