Advertisment

ଆଜି ହନୁମାନ ଜୟନ୍ତୀ, କୁମ୍ଭାରସାହି଼ରେ ୨ମାସ ପାଇଁ ୧୪୪ ଧାରା

ଆଜି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ କୁମ୍ଭାରସାହିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

author-image
Tapaswini Nayak
KARANJIA

KARANJIA

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳର କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ଜାରି ରହିବ। ଆଜି ହନୁମାନ ଜୟନ୍ତୀ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୪୪ ଧାରା ଲଗାଯାଇଥିବା ବୋଲି କରଂଜିଆ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ରାମ ନବମୀରେ କୁମ୍ଭାରସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର କିଛି ବ୍ୟକ୍ତି ଆହତ ହୋଇଥିଲେ। ଏନେଇ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ଉକ୍ତ ଗୋଷ୍ଠୀ ସଂଘର୍ଷକୁ ରୋକିବା ପାଇଁ ପୁଲିସ ପ୍ରଶାସନ ବାରମ୍ବାର ବୈଠକ କରି ବୁଝାମଣା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନଥିଲା। ଯାହା ଫଳରେ ବିଭିନ୍ନ ସମୟରେ ଚାପା ଉତ୍ତେଜନା ସୃଷ୍ଟି ହେଉଥିଲା।

ଆଜି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଦୁଇ ମାସ ପର୍ଯ୍ୟନ୍ତ ଚଢେଇଭୋଳର କୁମ୍ଭାରସାହିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କୁମ୍ଭାରସାହିରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ କରଂଜିଆ ଉପଜିଲ୍ଲାପାଳ ଅପିଲ କରିଛନ୍ତି । କୁମ୍ଭାରସାହିରେ ହିନ୍ଦୁ ଓ ମୁସଲସମ୍ପଦ୍ରାୟ ଲୋକ ବସବାସ କରନ୍ତି। 

Advertisment
Odisha Police 144 KARANJIA Hanuman Jayanti