ହେଲମେଟ୍ ଓ ମାସ୍କ ଚେକିଂ ନାଁରେ ପୁଣି ଜୁଲମ, ରୁଲ ବାଡ଼ିରେ ମୁଣ୍ଡ ଫାଟିଲା

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ପୁଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୁପ ଘଟଣା ଦେଖିବାକୁ ମିଳିଛି। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୁଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କରଞ୍ଜିଆ ପୁଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍  ଓ […]

umn

Tapas Behera
  • Published: Monday, 29 March 2021
  • , Updated: 29 March 2021, 10:01 PM IST

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ପୁଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୁପ ଘଟଣା ଦେଖିବାକୁ ମିଳିଛି। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୁଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କରଞ୍ଜିଆ ପୁଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍  ଓ ମାସ୍କ ଚେକିଂ କରୁଥିଲା ।

ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ଯାଉଥିବା ବେଳେ ପୁଲିସ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଡ଼ି ବସିଛନ୍ତି ।

ପୁଲିସର ଉଚ୍ଚ ଅଧିକାରୀ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତକାଲି ସେହି ମୟୂରଭଞ୍ଜ ଶରତ ଥାନାର ମହିଳା ପୁଲିସ ଅଧିକାରୀ ରୀନା ବକ୍ସଲାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ନିଲମ୍ବିତ ହୋଇଛନ୍ତି। ଜଣେ ଗର୍ଭବତୀଙ୍କୁ ୩ କିଲୋମିଟର ଖରାର ଚଲାଇବାକୁ ବାଧ୍ୟ କରି ଦାୟିତ୍ୱରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି। ତେବେ ସେହି ଘଟଣାକୁ ମାତ୍ର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣି ପୁଲିସ ଅମାନୁଷିକତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି।

Related story