Advertisment

ହେଲମେଟ୍ ଓ ମାସ୍କ ଚେକିଂ ନାଁରେ ପୁଣି ଜୁଲମ, ରୁଲ ବାଡ଼ିରେ ମୁଣ୍ଡ ଫାଟିଲା

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ପୁଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୁପ ଘଟଣା ଦେଖିବାକୁ ମିଳିଛି। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୁଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କରଞ୍ଜିଆ ପୁଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍  ଓ […]

ହେଲମେଟ୍ ଓ ମାସ୍କ ଚେକିଂ ନାଁରେ ପୁଣି ଜୁଲମ, ରୁଲ ବାଡ଼ିରେ ମୁଣ୍ଡ ଫାଟିଲା

umn

Advertisment

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ପୁଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୁପ ଘଟଣା ଦେଖିବାକୁ ମିଳିଛି। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୁଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କରଞ୍ଜିଆ ପୁଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍  ଓ ମାସ୍କ ଚେକିଂ କରୁଥିଲା ।

Advertisment

ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ଯାଉଥିବା ବେଳେ ପୁଲିସ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଡ଼ି ବସିଛନ୍ତି ।

ପୁଲିସର ଉଚ୍ଚ ଅଧିକାରୀ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତକାଲି ସେହି ମୟୂରଭଞ୍ଜ ଶରତ ଥାନାର ମହିଳା ପୁଲିସ ଅଧିକାରୀ ରୀନା ବକ୍ସଲାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ନିଲମ୍ବିତ ହୋଇଛନ୍ତି। ଜଣେ ଗର୍ଭବତୀଙ୍କୁ ୩ କିଲୋମିଟର ଖରାର ଚଲାଇବାକୁ ବାଧ୍ୟ କରି ଦାୟିତ୍ୱରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି। ତେବେ ସେହି ଘଟଣାକୁ ମାତ୍ର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣି ପୁଲିସ ଅମାନୁଷିକତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe