Advertisment

ବାଇକ୍‌ରେ ଯାଉଥିଲେ ୨ ସାଙ୍ଗ, ପିଟିଦେଲା ଟ୍ରକ୍‌

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଗୋପାଳପୁର ଗାଁ ନିକଟ ମୁଖ୍ୟ ମାର୍ଗରେ ଗତକାଲି  ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋଙ୍କ ଜୀବନ । ମୃତକଦ୍ୱୟ ହେଲେ ମହିସାନେଦା ଗାଁର ଭୋଗାନ ମୁର୍ମୁ ଓ ଶ୍ୟାମ ମୁର୍ମୁ । ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଜରୁରୀ କାମରେ ଶ୍ୟାମ ସାଙ୍ଗ ଭୋଗାନଙ୍କ ସହ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। […]

ପାଣି ଟ୍ୟାଙ୍କର-ବସ୍‌ ମୁହାମୁହିଁ ଧକ୍କା: ୩ ମୃତ

accident

Advertisment

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଗୋପାଳପୁର ଗାଁ ନିକଟ ମୁଖ୍ୟ ମାର୍ଗରେ ଗତକାଲି  ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋଙ୍କ ଜୀବନ । ମୃତକଦ୍ୱୟ ହେଲେ ମହିସାନେଦା ଗାଁର ଭୋଗାନ ମୁର୍ମୁ ଓ ଶ୍ୟାମ ମୁର୍ମୁ ।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଜରୁରୀ କାମରେ ଶ୍ୟାମ ସାଙ୍ଗ ଭୋଗାନଙ୍କ ସହ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ମାତ୍ର ଗୋପାଳପୁର ଗାଁ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ  ଗ୍ରାମାଞ୍ଚଳ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ  ମୃତଦେହକୁ   ବ୍ୟବଚ୍ଛେଦ ପାଇଁ  ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା।  ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଖବର ପ୍ରଚାରିତ ହେବା ପରେ ମହିସାନେଦା ଗାଁରେ ଶୋକର ଛାୟା ଖେଳି ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe