Advertisment

ଭୋକିଲା ପେଟରେ ଘରକୁ ଫେରୁଥିଲେ ଦୁଇ ଭାଇ, ମଝି ରାସ୍ତାରେ ଘଟିଲା ଦୁର୍ଘଟଣା

କୁଶଳଦା ଗାଁର ରାମଚନ୍ଦ୍ର ସିଂ, ତାଙ୍କ ଭାଇ ଭରତ ସିଂ ଓ ସମ୍ପର୍କୀୟ ଗଗନ ମାରାଣ୍ଡି ମଜୁରି ଲାଗିବା ପାଇଁ ଖୁଣ୍ଟା ଯାଇଥିଲେ। ଅପରାହ୍ନରେ ସେମାନେ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ କୁଶଳଦା ଫାଣ୍ଡି ରାସ୍ତା ପାର୍ଶ୍ୱରେ ଥିବା ମାଇଲ୍‌ ଖୁଣ୍ଟରେ ବାଇକ୍‌ ପିଟି ହୋଇ ଯାଇଥିଲା।

Accident

Accident

Advertisment

କାମ ସାରି ଭୋକିଲା ପେଟକୁ ଧରି ବାଇକ୍‌ରେ ଘରକୁ ଫେରୁଥିଲେ ଦୁଇ ଭାଇ। ହେଲେ ଅଧା ରାସ୍ତାରେ ଘଟିଲା ଦୁର୍ଘଟଣା। ମାଇଲ ଖୁଣ୍ଟରେ ପିଟିହେଲା ବାଇକ୍‌। ଅଫେରା ରାଇଜକୁ ଚାଲିଗଲେ ଦୁଇ ଭାଇ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା କୁଶଳଦା ଫାଣ୍ଡି ଅଞ୍ଚଳରେ ଘଟିଛି।

Advertisment

କୁଶଳଦା ଗାଁର ରାମଚନ୍ଦ୍ର ସିଂ, ତାଙ୍କ ଭାଇ ଭରତ ସିଂ ଓ ସମ୍ପର୍କୀୟ ଗଗନ ମାରାଣ୍ଡି ମଜୁରି ଲାଗିବା ପାଇଁ ଖୁଣ୍ଟା ଯାଇଥିଲେ। ଅପରାହ୍ନରେ ସେମାନେ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ କୁଶଳଦା ଫାଣ୍ଡି ରାସ୍ତା ପାର୍ଶ୍ୱରେ ଥିବା ମାଇଲ୍‌ ଖୁଣ୍ଟରେ ବାଇକ୍‌ ପିଟି ହୋଇ ଯାଇଥିଲା। ଘଟଣା ସ୍ଥଳରେ ରାମଚନ୍ଦ୍ର ଓ ଭରତଙ୍କ ମୃତ୍ୟୁ ଘଟିଥିଲା। ଗଗନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୁଣ୍ଟା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ରିପୋର୍ଟ-ଉଦଳାରୁ ମାନସ ପାଣି

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe