/odisha-reporter/media/post_attachments/uploads/2021/03/drowned.jpg)
drowned
କରଞ୍ଜିଆ (ଦୀପକ କୁମାର ମହାନ୍ତ): ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ। ଯାହା ଫଳରେ ଘଟଣା ସ୍ଥଳରେ ଉଭୟ ଶିଶୁଙ୍କର ମୃତ୍ୟୁ ଘଟିଛି। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଅର୍ଜୁନବିଲା ଗ୍ରାମପଞ୍ଚାୟତ ଉଳେଇକୁଣ୍ଡି ଗ୍ରାମରେ।
ଗ୍ରାମର ଅନାମ ମୁଣ୍ଡା ଏବଂ ତାଙ୍କ ଦୁଇ ସ୍ତ୍ରୀ ଗୁରୁବାରୀ ଓ ଲକ୍ଷ୍ମୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଘଟିଛି ଏପରି ଅଘଟଣ ଘଟିଛି। ଘରେ ଅନାମଙ୍କ ବୃଦ୍ଧା ମା’ ଏବଂ ଦୁଇ ଛୁଆ ଥିଲେ। ଗୁରୁବାରୀଙ୍କ ପୁତ୍ର ରାଜ୍ ମୁଣ୍ଡା (୩) ଓ ଲକ୍ଷ୍ମୀଙ୍କ ଶିଶୁକନ୍ୟା ସମବାରି (୨) ମୁଣ୍ଡା ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ଛୋଟ ପୋଖରୀରେ ବୁଡି ଯାଇଥିଲେ।
ଅନାମ ଏବଂ ତାଙ୍କ ଦୁଇ ସ୍ତ୍ରୀ ବିଲରୁ ଘରକୁ ଫେରିବା ପରେ ଛୁଆ ଦୁହିଁଙ୍କୁ ନପାଇ ଏଣେତେଣେ ଖୋଜିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ପୋଖରୀରେ ଉଭୟ ଶିଶୁ ଭାସୁଛନ୍ତି। ଦୁଇ ଶିଶୁଙ୍କୁ ଉଦ୍ଧାର କରି ଶୁକୃଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେତେବେକୁ ବହୁ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଉଭୟ ଶିଶୁଙ୍କୁ ମୃତ୍ୟ ଘୋଷଣା କରିଥିଲେ।
ଏନେଇ ରରୁଆଁ ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଆସନ୍ତାକାଲି ଉଭୟ ଶିଶୁଙ୍କ କରଞ୍ଜିଆରେ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି। ଦୁଇ ଶିଶୁଙ୍କ ଏମିତି ଆକସ୍ମିକ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଏପରିକି ଘଟଣା ପରେ ସ୍ଥାନୀୟ ଅଞ୍ଚଳୀ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
