Advertisment

ବନ୍ଦ ଘରୁ ମିଳିଲା ୨ ଯୁବତୀଙ୍କ ଝୁଲନ୍ତା ମୃତଦେହ

ରାଇରଙ୍ଗପୁର (ରାଜେଶ ଶର୍ମା): ଘର ଭିତରୁ ମିଳିଲା ୨ ଯୁବତୀଙ୍କ ଝୁଲନ୍ତା ମୃତଦେହ। ତିରିଂ ଥାନା ସାନକୁମୁରୁମ୍ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଦୁଇ ଯୁବତୀ ହେଲେ ସମ୍ପର୍କୀୟ ଭଉଣୀ। ଭିତରୁ ପଟୁ କବାଟ ବନ୍ଦ ଥିବା ଘରୁ ଦୁଇ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ନାଁ ହେଉଛି ମାନସୀ ଆଲଦା (୧୭) ଓ ସୁନିତା ବଦ୍ରା (୧୯)। ବୁଧବାର ରାତିରେ ଦୁଇ ସମ୍ପର୍କୀୟା ଭଉଣୀ ଛୋଟ ପିଲା ସହ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବନ୍ଦ ଘରୁ ମିଳିଲା ୨ ଯୁବତୀଙ୍କ ଝୁଲନ୍ତା ମୃତଦେହ

dead-body

ରାଇରଙ୍ଗପୁର (ରାଜେଶ ଶର୍ମା): ଘର ଭିତରୁ ମିଳିଲା ୨ ଯୁବତୀଙ୍କ ଝୁଲନ୍ତା ମୃତଦେହ। ତିରିଂ ଥାନା ସାନକୁମୁରୁମ୍ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଦୁଇ ଯୁବତୀ ହେଲେ ସମ୍ପର୍କୀୟ ଭଉଣୀ। ଭିତରୁ ପଟୁ କବାଟ ବନ୍ଦ ଥିବା ଘରୁ ଦୁଇ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ନାଁ ହେଉଛି ମାନସୀ ଆଲଦା (୧୭) ଓ ସୁନିତା ବଦ୍ରା (୧୯)।

Advertisment

ବୁଧବାର ରାତିରେ ଦୁଇ ସମ୍ପର୍କୀୟା ଭଉଣୀ ଛୋଟ ପିଲା ସହ ଶୋଇବାକୁ ଗଲେ। ଆଜି ସକାଳୁ ରୁମ୍ ଭିତରେ ଛୋଟ ପିଲାଟି କାନ୍ଦୁଥିବାର ପଡ଼ୋଶୀ ଶୁଣିବାକୁ ପାଇଲେ। ପଡ଼ୋଶୀ କବାଟ ବାଡ଼େଇ ଥିଲେ ହେଁ, ଭିତର ପଟୁ କେହି ଖୋଲି ନଥିଲେ। ଏହା ପରେ ଦୁଇଟି ଖପର ଖୋଲି ଦେଖିଲା ବେଳକୁ ଦୁଇ ଯୁବତୀଙ୍କ ମୃତଦେହ ଝୁଲୁଛି।

ପରିବାର ଲୋକେ ସକାଳୁ ବିଲକୁ କାମ ପାଇଁ ଚାଲି ଯାଇଥିବାରୁ ଘଟଣା ବିଷୟରେ ଜାଣି ପାରି ନଥିଲେ। ହେଲେ ପରବର୍ତୀ ସମୟରେ ଖବର ପାଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ଥିଲେ । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଅଯାଇଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା କିଛି ସ୍ପଷ୍ଟ ହୋଇନି। ଏ ନେଇ ପୁଲିସର ତଦନ୍ତ ଜାରି ରହିଛି।

Advertisment